ସାରସକଣା ବ୍ଲକ ବନ୍ୟାଞ୍ଚଳ ବୁଲିଲେ ଜିଲ୍ଲାପାଳ, ଆରକ୍ଷୀଅଧିକ୍ଷକ ଓ ପ୍ରଶାସନିକ ଅଧିକାରୀ ।

0 211

ବାଙ୍ଗିରିପୋଷି,୧୭/୦୯:ଲଗାଣ ବର୍ଷା ପରେ ଫୁଲୁଛି ସୁବର୍ଣ୍ଣରେଖା । ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି । ଫଳରେ ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକରେ ବୁଢାବଳଙ୍ଗ ଓ ସାରସକଣା ବ୍ଲକ ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଥିବାରୁ ଏହାର ପ୍ରଭାବରେ ସାରସକଣା ବ୍ଲକ ଅଞ୍ଚଳର ବହୁ ଅଞ୍ଚଳ ଜଳମଗ୍ନ ହେବ। ଲଗାଣ ବର୍ଷା ସାଙ୍ଗକୁ ଝାରଖଣ୍ଡ ରାଜ୍ୟ ଚଣ୍ଡୀଲ ଡେମ ପାଣି ଛାଡିବା ପରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମଙ୍ଗଳବାର ସକାଳୁ ମୟୂରଭଞ୍ଜ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ସମ୍ଭାବ୍ୟ ବନ୍ୟା ପ୍ଳାବିତ ଗ୍ରାମ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି । ମୟୂରଭଞ୍ଜ ଏସପି, ଜିଲ୍ଲାପାଳ ହେମାକାନ୍ତସୟ, ଉପଜିଲ୍ଲାପାଳ,ସାରସକଣା ତହସିଲଦାର ରାଜେନ୍ଦ୍ର କର, ବିଡ଼ିଓ ସୁମନ ରାଜା ମହାନ୍ତି, ଝାରପୋଖରିଆ ଥାନାଧିକାରୀ ପ୍ରଦୀପ ମାଝୀ ମିଳିତ ଭାବେ ନେଦା,ବଣଗାଁ ଶୀର୍ଷା ଆଦି ଗ୍ରାମ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମ୍ପର୍କରେ ସ୍ଥାନୀୟ ଲୋକପ୍ରତିନିଧି, ପଞ୍ଚାୟତ ନିର୍ବାହୀ ଅଧିକାରରୀ, ଜିଆରଏସ ମାନଙ୍କ ସହିତ ଆଲୋଚନା କରି କିପରି ଲୋକମାନଙ୍କୁ ସ୍ଥାନନ୍ତର କରାଯିବ ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନେଦା ଗ୍ରାମରେ ସାରସକଣା ଅଗ୍ନିଶମ ବିଭାଗ ଉପସ୍ଥିତ ରହିଛନ୍ତି । ସବୁଠାରୁ ବେଶୀ ପ୍ରଭାବିତ ନେଦା ଗାଁ ଲୋକମାନେ ଏକ ଓଭରବ୍ରିଜ,ନଦୀବନ୍ଧ ସମ୍ପୁର୍ଣ୍ଣ କରିବାନେଇ ସେମାନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଏହାଦ୍ୱାରା ପ୍ରତିବର୍ଷ ସେମାନଙ୍କର ଚାଷଜମି ବାଲିଚର ହୋଇଯିବା ସହ ଅନେକ କ୍ଷତି ସହୁଛନ୍ତି ବୋଲି ଅଭିଯୋଗ କରିବାପରେ ଜିଲ୍ଲାପାଳଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ଏହାର ସ୍ଥାୟୀ ସମାଧାନ କରିବାପାଇଁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.