ସାମ୍ବାଦିକ ପ୍ରଶିକ୍ଷଣ ଶିବିର କର୍ମଶାଳା ଅନୁଷ୍ଠିତ।

0 293

ବୋଲଗଡ, ୨୧/୦୨(ପିପିଟି):ବୋଲଗଡ କାର୍ଯ୍ୟରତ ସାମ୍ବାଦିକ ପରିବାର ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସାମ୍ବାଦିକ ପ୍ରଶିକ୍ଷଣ କର୍ମଶାଳା ବୋଲଗଡ ସ୍ଥିତ ମିନି ଷ୍ଟାଡିୟମର ସମ୍ମିଳନୀ କକ୍ଷରେ ଶୁକ୍ରବାରଦିନ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଅଦାଲତର ଅବସର ପ୍ରାପ୍ତ ସ୍ୱତନ୍ତ୍ର ବିଚାର ପତି ସୁରେନ୍ଦ୍ର କୁମାର ପାଢ଼ୀ, ମୁଖ୍ୟବକ୍ତାଭାବେ ବୋଲଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ ଓ ସମ୍ମାନିତ ଅତିଥିଭାବେ ବୋଲଗଡ ତହସିଲଦାର ବିଜୟ କୁମାର ସେଠୀ, ବୋଲଗଡ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ, ରାଜ୍ୟ ଭଏସ ମେଡ଼ିଆ ସଂଘର ସଭାପତି ପ୍ରଭାତ କୁମାର ମିଶ୍ର,ଖୋର୍ଦ୍ଧା ଜିଲ୍ଲା ଭଏସ ମେଡ଼ିଆ ସଂଘର ସଭାପତି ଧନେଶ୍ୱର ବିଧାର, ରାଜ୍ୟ ସାଧାରଣ ସମ୍ପାଦକ ଟି. ବାଲାଜୀ ପାତ୍ର, ରାଜ୍ୟ ଉପସଭାପତି ସୁକାନ୍ତ ପରିଡ଼ା, ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋସ୍ନା ମୟୀ ଆଚାର୍ଯ୍ୟ, ରାଜ୍ୟ ଉପ ସଭାପତି ସଂଜୀବ ସାଏ ପ୍ରମୁଖ ଯୋଦଗଦେଇ ଜଗନ୍ନାଥ ପ୍ରତିମୂର୍ତ୍ତିରେ ଫୁଲଚନ୍ଦନ, ଧୂପଦୀପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ । ଏହି ସାମ୍ବାଦିକ ପ୍ରଶିକ୍ଷଣ ଶିବିର କର୍ମ ଶାଳାରେ ବୋଲଗଡ ବ୍ଲକ ଭଏସ ମେଡ଼ିଆ ସଂଘର ସଭାପତି ନିରଞ୍ଜନ ନାୟକ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ଦେଇ ସମାଜରେ ସାମ୍ବାଦିକ ମାନଙ୍କର ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସାମ୍ବାଦିକ ସଂଘର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ସିଂ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଖୋର୍ଦ୍ଧା, ନୟାଗଡ, ରଣପୁର ବେଗୁନିଆ, ଖଣ୍ଡପଡା, ରାଜସୁନାଖଳା, ଭାପୁର, ଚିଲିକା ଓ ବାଙ୍କୀ ଅଞ୍ଚଳର ବହୁ ସାମ୍ବାଦିକ ମାନେ ଯୋଗଦେଇ ଆଲୋଚନାରେ ସାମିଲି ହୋଇଥିଲେ । ସାମ୍ବାଦିକ ମାନେ ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭ ହୋଇଥିବାରୁ ସେମାନେ ନିର୍ଭୟ ଓ ନିରପେକ୍ଷଭାବେ ସତ୍ୟା ସତ୍ୟ ଘଟଣାକୁ ଅନୁସନ୍ଧାନ କରି ନିଜର କଲମ ମୁନରେ ସମାଜକୁ ଦିଗଦର୍ଶନ ଦେବା ପାଇଁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପରାମର୍ଶ ଦେଇଥିଲେ । ଅପର ପକ୍ଷରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର କଣ୍ଠ ରୁଦ୍ଧ କରାନଯାଇ ସେମାନଙ୍କୁ ସାମାଜିକ ସୁରକ୍ଷା ଓ ନିରାପତ୍ତା ଏବଂ ସମସ୍ତ ସରକାରୀ ଯୋଜନା ଭୁକ୍ତ ସାହାର୍ଯ୍ୟ ଯୋଗାଇ ଦେବାକୁ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା । ଏହି କର୍ମ ଶାଳାରେ ବହୁ ବରିଷ୍ଠ ସାମ୍ବାଦିକ ଓ ସାମାଜିକ କର୍ମୀ ତଥା ସରପଞ୍ଚ ପ୍ରଦୀପ କୁମାର ବାରିକ ପ୍ରମୁଖଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ଉତ୍ତରୀୟ, ମାନପତ୍ର ଓ ଫୁଲ ତୋଡ଼ା ଦେଇ ସମ୍ମାନିତ କରିଥିଲେ । ପରିଶେଷରେ ବୋଲଗଡ ବ୍ଲକ ଭଏସ ଅଫ ମେଡ଼ିଆ ସଂଘର ସମ୍ପାଦକ ସତ୍ୟନାରାୟଣ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.