ସାମ୍ବାଦିକ ନାରାୟଣ ମିଶ୍ରଙ୍କ ମାତୃ ବିୟୋଗ।

0 667

ବ୍ରହ୍ମପୁର,୦୧/୦୬(ପିପିଟି); ସ୍ବତନ୍ତ୍ରବାର୍ତ୍ତା ବ୍ରହ୍ମପୁର ପ୍ରତିନିଧି ତଥା ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ (ପିପିଟି) କାର୍ଯକାରୀ କମିଟି ସଦସ୍ଯ ନାରାୟଣ ମିଶ୍ରଙ୍କ ମାତା ସୁଶିଳା ମିଶ୍ର(୭୫)ଙ୍କ ହୃଦଘାତ ରେ ସୋମବାର ଦିନ ରାତ୍ର ପ୍ରାୟ ୧୨ ଟା ସମୟରେ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସୁଶିଳା ମିଶ୍ର ଜଣେ ଧର୍ମ ପରାୟଣ ମହିଳା ଥିଲେ। କବିସୂର୍ଯ୍ଯନଗର ମୂଳ ବାସିନ୍ଦା ଥିଲେ ମଧ୍ଯ ସେ ବ୍ରହ୍ମପୁର ପୁତ୍ର ନାରାୟଣ ମିଶ୍ରଙ୍କ ପାଖରେ ରହୁଥିଲେ। ସୁଶିଳା ମିଶ୍ରଙ୍କ ଦେହାନ୍ତରେ କବିସୂର୍ଯ୍ଯ ନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବତନ୍ତ୍ରବାର୍ତ୍ତା ଓ ପିପିଟି ପରିବାର ପକ୍ଷରୁ ସୁଶିଳା ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.