ସାମ୍ବାଦିକଙ୍କ ଧର୍ମପତ୍ନୀ ଭାଗ୍ୟଲତା ପାଣିଗ୍ରାହୀଙ୍କ ବିୟୋଗ ।

0 260

ପୋଲସରା ,୦୫/୦୧(ପିପିଟି) :ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ସାମ୍ବାଦିକ ଅଭୟ ପ୍ରସାଦ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଭାଗ୍ୟଲତା ପାଣିଗ୍ରାହୀ ଡିସେମ୍ବର ୩୦ ତାରିଖରେ ପରଲୋକ ହୋଇଯାଇଛି । ସେ ସକାଳୁ ହଠାତ କିଛି ଅସୁସ୍ଥତା ଅନୁଭବ କରି ଘର ଲୋକଙ୍କୁ ଜଣାଇବା ପରେ ସଙ୍ଗେ ସଙ୍ଗେ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତା’ପରେ ସେଠାରେ ତାଙ୍କର ଚିକିତ୍ସାଧୀନ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କରି ପୁଅ,ବୋହୁ ଏବଂ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ । ତାଙ୍କର ମରଶରୀରକୁ ବୁଗୁଡ଼ାସ୍ଥିତ ଭଡ଼ା ଗୃହକୁ ଆଣିଥିଲେ ତା’ପରେ ନିଜ ଗ୍ରାମ ବୁଗୁଡ଼ା ନିକଟସ୍ଥ ଲକ୍ଷ୍ମୀପୁରକୁ ନେଇ ସମସ୍ତ ପରିବାର ପରିଜନ ଓ ଗ୍ରାମବାସୀମାନେ ତାଙ୍କରି ଶେଷଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଶ୍ରୀକ୍ଷେତ୍ର ଧାମ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ବୁଗୁଡ଼ା ସ୍ଥିତ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ ତଥା ସାମ୍ବାଦିକ ତ୍ରିଲୋଚନ ପଣ୍ଡା ବାସଗୃହକୁ ଯାଇ ଶେଷ ଦର୍ଶନ କରିଥିବା ବେଳେ ପୋଲସରା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ଗଂଜାମ ଜିଲ୍ଲା ଓୟୁଜେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ସ୍ବର୍ଗତଙ୍କ ଅମର ଆତ୍ମାର ସତଗତି କାମନା କରିଛନ୍ତି। ସ୍ବର୍ଗତା ଜଣେ ଧର୍ମପରାୟଣା,ମେଳାପୀ ହୋଇଥିବା ଯୋଗୁଁ ଏହି ଖବର ପ୍ରଚାରିତ ହେବା ପରେ ବୁଗୁଡ଼ା ଅଞ୍ଚଳ ସମେତ ପୋଲସରା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.