ପୋଲସରା,୦୮/୦୪(ପିପିଟି): ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ବିଭିନ୍ନ ସାମ୍ବାଦିକ ସଂଗଠନ ଏହାକୁ ବିରୋଧ କରି ସାମ୍ବାଦିକ ଆଇନ ସୁରକ୍ଷା ପ୍ରଣୟନ କରିବା ପାଇଁ ପ୍ରତେକ ଦିନ ଦାବୀ କରୁଛନ୍ତି। ସାମ୍ବାଦିକ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାରକୁ ଶୁଣୁନାହାନ୍ତି ରାଜ୍ୟ ସରକାର। ପ୍ରତେକ ଦିନ ନିଜର କର୍ତ୍ତବ୍ୟ କରି ହିଂସା ର ଶିକାର ହେଉଛି ସାମ୍ବାଦିକ ଟିଏ। ଯାହାର ଜ୍ଵଳନ୍ତ ଉଦାହରଣ ଘଟି ଯାଇଛି ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇଙ୍କ ଘଟଣାରୁ । କିଛି ଘଟଣାକୁ ନେଇ ନିଜର ରାଗ ସୁଝାଇବାକୁ ଯାଇ ଥାନା ଅଧିକରିଣୀ ତାଙ୍କୁ ମାଡ଼ମାରି ବାପରେ ଚିକିତ୍ସା ବାହାନାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୀଳଗିରି ଥାନା ଆଇଆଇସିଙ୍କ ଦ୍ୱାରା ବେଡି ପକାଇ ରଖିବା ଘଟଣାରେ ପୋଲସରା ଅଞ୍ଚଳର କାର୍ଯ୍ୟରତ ଥିବା ସମସ୍ତ ସାମ୍ୱାଦିକ ମାନେ ଦୃଢ ନିନ୍ଦା କରିଛନ୍ତି। ଥାନାଧିକାରୀଙ୍କ ଉପରେ ଦୃଢ କାଯ୍ୟାନୁଷ୍ଠାନ ଦାବୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦ୍ୟେଶରେ ସ୍ଥାନୀୟ ବିଡିଓ ସୁରଞ୍ଜନ ସାହୁଙ୍କ ଜରିଆରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦ୍ୱାରା ଦାବୀପତ୍ର ପ୍ରଦାନ କରାଯାଇଥିଲା । ପୋଲସରା ବ୍ଲକ କାର୍ଯ୍ୟାଳୟରେ ପୋଲସରାର ସମସ୍ତ କାର୍ଯ୍ୟରତ ସାମ୍ୱାଦିକ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାମ୍ବାଦିକଙ୍କ ସୁରକ୍ଷା ଦାବୀ କରିବା ନାରାବାଜି ନେଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବୀପତ୍ର ପ୍ରଦାନ ସମୟରେ ସାମ୍ୱାଦିକ ହରିହର ପାତ୍ର,ସିମାଞ୍ଚଳ ସାହୁ,ଅତ୍ରି ପଟ୍ଟନାୟକ, ସୁବ୍ରତ ବେହେରା, ପ୍ରଗତିବନ୍ଧୁ ଦାସ,ଅକ୍ଷାନ୍ତ କୁମାର ମିଶ୍ର,ଶିବରାମ ଗୌଡ, ରବୀନ୍ଦ୍ର ନାଥ ପ୍ରଧାନ, ସନ୍ତୋଷ କୁମାର ପଣ୍ଡା, ରୋହିତ ପ୍ରଧାନ, ନୃସିଂହ ନାଥ ସ୍ବାଇଁ ଶିବ ପ୍ରସାଦ ସାହୁ, ମନୋଜ କୁମାର ଘଡେଇ, ଜ୍ୟୋତି ରଞ୍ଜନ ଆଚାରୀ ପ୍ରମୁଖ ଯୋଗ ଦେଇଥିଲେ ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )