ଦିଗପହଣ୍ଡି , ୦୫/୧୧ (ପିପିଟି) : ଦିଗପହଣ୍ଡି ସାମ୍ବାଦିକ ସଙ୍ଘ ପକ୍ଷରୁ ମଙ୍ଗଳବାର ଦିନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବା ସହ ସ୍ଥାନୀୟ ତହସିଲଦାର ଜରିଆରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ସୁବର୍ଣ୍ଣପୁର ନିଉଜ -୭ ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଖବର ସଂଗ୍ରହ କରୁଥିବା ବେଳେ ସେଠାକାର ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସାମ୍ବାଦିକ ଜଣକ ଅଭିଯୋଗ ସକାଶେ ଥାନାକୁ ଯାଇଥିଲେ। ସେଠାରେ ପୋଲିସ ଏହାର ଉପଯୁକ୍ତ ତଦନ୍ତ ନକରି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲା ଏବଂ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାକୁ ଦିଗପହଣ୍ଡି ସାମ୍ୱାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।ଏହାର ସତ୍ୟାସତ ତଦନ୍ତ ସହ ସୁବର୍ଣ୍ଣପୁର ବିଡ଼ିଓଙ୍କ ଗିରଫ ଦାବି କରିଛି ସଂଘ।ଏହି ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ସାମ୍ବାଦିକ ନୀଳମାଧବ ପରମଗୁରୁ, ଶିବ ପ୍ରସାଦ ରଥ, ଆରତ କୁମାର ହୋତା , ଦିଗାମ୍ବର ମହାରଣା ,ନାରାୟଣ ସେଠୀ, ସମ୍ଭବ କୁମାର ତ୍ରିପାଠୀ,ସୁରେନ ଗୌଡ଼, ସୁଶାନ୍ତ ମାଳି, ଜିତେନ୍ଦ୍ର ଗୌଡ଼,ଜି. ସନ୍ତୋଷ ରେଡ୍ଡୀ ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ।
ରିପୋର୍ଟ – ଆରତ କୁମାର ହୋତା