ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ରେ ସୁବର୍ଣ୍ଣପୁର ଏସପିଙ୍କୁ ଭେଟିଲେ କାର୍ଯ୍ୟରତ ସାମ୍ୱାଦିକ ।

0 254

ସୁବର୍ଣ୍ଣପୁର ,୨୬/୦୫(ପିପିଟି) : ବଲାଙ୍ଗିର ଜିଲ୍ଲାର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ବିଜୟ ପ୍ରଧାନ ପୁଇନ୍ତଲା ବ୍ଲକ କୁଲଥିପାଲି ଗାଁକୁ ଯାଇ ଦୁର୍ନୀତି ଖବର ସଂଗ୍ରହ କରୁଥିବା ବେଳେ ଦୁର୍ନୀତିଗ୍ରସ୍ତ ଠିକାଦାର ସହ ତାଙ୍କର ସାଥି ମାନେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ହାତ ଗୋଡ ବାନ୍ଧି ମାଡ଼ ମାରିଥିଲେ । ଏହା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା ହେଲେ ଏପୋଲିସ କାହାକୁ ବି ଗିରଫ କରିନଥିଲା ।ଦିନକୁ ଦିନ ଘଟଣା ଜଟିଳ ହେବାପରେ ଏବଂ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ବାଧ୍ୟ ହୋଇ ଏହି ଘଟଣାରେ ସଂଶ୍ଲିଷ୍ଟ ୪ଜଣଙ୍କୁ ଆଜି ଗିରଫ କରିଛି।ହେଲେ ମୁଖ୍ୟ ଅଭିଯୁକ୍ତ ଅଦ୍ୟାବଧି ଗିରଫ ହୋଇନାହିଁ l ଦୋଷୀ ଠିକାଦାର ଓ ତାଙ୍କ ସହଯୋଗୀ ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ମାନେ ସତ୍ୟ ଘଟଣା ଉନ୍ମୋଚନ କଲେ କିଛି ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି ବିଶେଷଙ୍କୁ ବାଧୁଛି ।ଯାହା ଫଳରେ କି ସେହି ବ୍ୟକ୍ତି ମାନେ ହିଂସ୍ର ରୂପ ଧାରଣା କରି ସାମ୍ବାଦିକଙ୍କ ଉପରେ ମରଣାତ୍ମକ ଆକ୍ରମଣ କରୁଛନ୍ତି ।ତେଣୁ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ବ୍ୟକ୍ତି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ସଂଘର କର୍ମକର୍ତ୍ତା ମାନେ ଦାବୀ କରିଛନ୍ତି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.