ଭଞ୍ଜନଗର, ୧୪/୦୮(ପିପିଟି): ସାବିତ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଏବଂ କର୍ମଚାରୀ ମାନଙ୍କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ କଲେଜ ଅଧ୍ୟକ୍ଷ ଡ ଶୁଶାନ୍ତ କୁମାର ମଲ୍ଲିକ ଜାତି, ଧର୍ମ, ବର୍ଣ୍ଣ,ଲିଙ୍ଗ ନିର୍ବଶେଷରେ ଆମେ ସମସ୍ତେ ସମାନ ଓ ବିଭିନ୍ନତା ଭିତରେ ଏକ ହୋଇ ବିଶ୍ବ ଦରବାରରେ ଆମେ ଭାରତୀୟ ଭାବେ ପରିଚିତ। ସରକାରଙ୍କ ଏ ଅଭିନବ ପ୍ରୟାସ ଆମ ସମସ୍ତଙ୍କ ପାଇଁ ଏକ ସୁଯୋଗ ଆଣି ଦେଇଛି। ନିଜ ମନରେ ଓ ଦେଶବାସୀଙ୍କ ହୃଦୟରେ ଦେଶାତ୍ମକ ଭାବନା ଓ ଏକତାର ପ୍ରଚାର ପ୍ରସାର କରି ଯେକୌଣସି ପରିସ୍ଥିତି ରେ ରାଷ୍ଟ୍ର ସହ ଠିଆ ହୋଇ ଏକ ସୁ ନାଗରିକ ରୂପେ ନିଜକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବ। ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ। ଏହି ଶୋଭାଯାତ୍ରାକୁ ଅଧ୍ୟକ୍ଷ ଡ଼ ସୁଶାନ୍ତ କୁମାର ମଲ୍ଲିକ ଉଦଘାଟନ କରିଥିଲେ।ଏହା ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଖାଲା ସାହି ଦେଇ ମେନ ରୋଡ, ବସ ଷ୍ଟାଣ୍ଡ, ହନୁମାନ ମନ୍ଦିର ଛକ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ କଲେଜକୁ ପ୍ରତ୍ୟାବର୍ତନ କରିଥିଲେ।ଏଥିରେ ହଜାରେରୁ ଉର୍ଦ୍ଧ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଅନ୍ୟ କର୍ମଚାରୀ ଯୋଗ ଦେଇଥିଲେ। ଏହି ବିଶାଳ ଶୋଭାଯାତ୍ରାରେ ୧୦୦ ମିଟରରୁ ଉର୍ଦ୍ଧ୍ବ ଲମ୍ବର ଜାତୀୟ ପତକା ଧରି ଛାତ୍ରୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)