ଭଞ୍ଜନଗର, ୧୨/୦୮(ପିପିଟି ):ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀକ ଯୁବ ଦିବସ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ପାଳନ ହୋଇଯାଇଛି! ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଶାନ୍ତ କୁମାର ମଲ୍ଲିକ ସଭା ସଂଚାଳନ ସହ ଯୁବ ସ୍ବେଛାସେବୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଗ୍ରହଣ ଓ ମହାବିଦ୍ୟାଳୟ ର ନୀତି ନିୟମ ପାଳନ ପାଇଁ କହିଥିଲେ! କଠିନ ପରିଶ୍ରମ ଓ ଉଚିତ୍ ଶିକ୍ଷା ଗ୍ରହଣ କରି ସମାଜରେ ଜଣେ ସୁପ୍ରତିଷ୍ଟିତ ବ୍ୟକ୍ତିତ୍ଵ ହେବା ପାଇଁ ଛାତ୍ରୀ ମାନକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ସୁମନ ଘୋଷ ବରିଷ୍ଠ ଅର୍ଥନୀତି ଅଧ୍ୟାପିକା ଡ଼ଃ ପୁଷ୍ପାଞ୍ଜଳି ପଟ୍ଟନାୟକ ମଞ୍ଚାସିନ ଥିଲେ। ଛାତ୍ରୀ ମାନଙ୍କୁ ଯୁବ ଶକ୍ତି ମାଧ୍ୟମରେ ସମାଜର ବିକାଶ ପାଇଁ ସୁଶ୍ରୀ ଘୋଷ କହିଥିଲେ। ଏହା ଛଡା ମହିଳା ମାନେ ସହନଶୀଳତା ସହ ନିର୍ଭିକ ଭାବରେ ନିଜ ଜ୍ଞାନ ଦ୍ୱାରା ସମସ୍ତ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପ୍ରେରଣା ଦେଇଥିଲେ। ଯୁବ ରେଡକ୍ରସ ପରିଚାଳିକା ସୁଶ୍ରୀ ରଶ୍ମିତା ବେହେରା ଏହି ପରିପ୍ରେକ୍ଷୀରେ ରେଡକ୍ରସର ଗୁରୁତ୍ୱ, ସାମାଜିକ କାର୍ଯ୍ୟରେ ଭାଗ ନେବା ସହ ଯୁବ ପ୍ରତିଭାର ବିକାଶ ପାଇଁ ସମାଜିକ ଗଣମାଧ୍ୟମର ଉଚିତ ବ୍ୟବହାର ପାଇଁ ଉଦବୋଧନ ଦେଇଥିଲେ। ଜାତୀୟ ସେବା ଯୋଜନା ଅଧିକାରି ଜୟଲକ୍ଷ୍ମୀ ରଥ ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ଓ ସର୍ବାଙ୍ଗୀନ ବିକାଶ ପାଇଁ କର୍ମବୀର ଯୁବ ଶକ୍ତିର ଆବାହକ ବିବେକାନନ୍ଦଙ୍କ ଜୀବନୀ ଦ୍ୱାରା ସମାଜର କଲ୍ୟାଣ ପାଇଁ ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ। ଅନ୍ୟତମ ଜାତୀୟ ସେବା ଯୋଜନା ଅଧିକାରୀ ସୁରଜ ଶାସମାଲ ଧନ୍ୟବାଦ ଅର୍ପଣ କରିଥିଲେ।ଏହା ବତୀତ ଅନ୍ୟାନ୍ୟ ଅଧ୍ୟାପିକା ଓ ଅଧ୍ୟାପକଙ୍କ ମଧ୍ୟରେ ଅରବିନ୍ଦ ଦାସ, ଉର୍ମିଳା ପାଟ୍ଟଯୋଶୀ, ଅମୁଲ୍ୟ ଶତପଥୀ, ସନ୍ଧ୍ୟା ରାଣୀ ପ୍ରଧାନ, ଡ଼ଃ ମଞ୍ଜୁ ପ୍ରଭା ଦାସ, ପ୍ରେମଚାନ୍ଦ ମଲ୍ଲିକ, ପଙ୍କଜ ଦାସ, ମୋନାଲିଶା ସାହୁ, ପିୟୁଷ ସ୍ୱାଇଁ, ପ୍ରଭାତୀ ମିଶ୍ର ଏବଂ ସସ୍ମିତା ମିଶ୍ର ଉପସ୍ଥିତ ଥିଲେ !ଏହି କାର୍ଯ୍ୟକ୍ରମରେ ୧୧୦ ରୁ ଅଧିକ ସ୍ବେଛାସେବୀ ଛାତ୍ରୀ ଉପସ୍ଥିତ ଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)