ସାବିତ୍ରୀ ମହିଳା କଲେଜରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ।

0 301

ଭଞ୍ଜନଗର, ୦୪/୧୦(ପିପିଟି): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଆଜି ନୂତନ ଅଧ୍ୟକ୍ଷ ଭାବେ ଡ଼. ସୁଶାନ୍ତ କୁମାର ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି।ଶ୍ରୀ ମଲ୍ଲିକ ପୂର୍ବରୁ ଏହି କଲେଜରେ ଗତ ୭ବର୍ଷ ହେଲା ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଥିଲେ।ପୂର୍ବତନ ଅଧ୍ୟକ୍ଷ ଜୟରାମ ସେନାପତି ଗତ ୩ମାସ ପୂର୍ବେ ଅବସର ଗ୍ରହଣ କରିବା ପରେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ସୁବାସିନୀଦେବୀ କାର୍ଯ୍ୟ ତୁଲାଉଥିଲେ।ଆଜି ନୂତନ ଅଧ୍ୟକ୍ଷ କାର୍ଯ୍ୟରେ ଯୋଗ ଦେବା ପରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ତାଙ୍କୁ ସ୍ବାଗତ କରିବାସହ ଅଭିନନ୍ଦନ ଜଣାଇଥିଲେ।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.