ସାପ କାମୁଡ଼ାରେ ଜଣେ ମୃତ।

0 182

ବୌଦ୍ଧ,୨୪/୦୬ :ବୌଦ୍ଧ ଜିଲ୍ଲା ହର ଭଙ୍ଗା ଥାନା ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ କମ୍ଭୁନାଥ ପୁର ସୁଦ ସାହିର ଜଗଦେବ ନାୟକ (୪୦) ଙ୍କ ବିଷାକ୍ତ ସାପ କାମୁଡ଼ା ରେ ମୃତ୍ୟ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ କାଲି ଜଗଦେବ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଥିଲା। ଏଥିରେ ଜଗଦେବ ଗୁରୁତର ହେଇଥିଲେ । ତାଙ୍କୁ ପରିବାର ଲୋକେ ରାତି ପ୍ରାୟ ୧୨ ଟା ସମୟରେ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଖବର ପାଇ ଆଜି ସକାଳେ ହରଭଙ୍ଗା ଥାନା ପୁଲିସ ମେଡ଼ିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହିତ ସବ ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଥିବା ସୂଚନା ମିଳିଚି । ଏ ସମ୍ପର୍କରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ରଜତ ମହାନନ୍ଦିଆଙ୍କୁ ପଚାରିବାରୁ ମେଡିକାଲ ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.