ସାନପଦର ଗ୍ରାମପଞ୍ଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ।

0 325

ବୋଲଗଡ,୨୬/୦୯(ପିପିଟି): ବୋଲଗଡ ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମପଞ୍ଚାୟତରେ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁଙ୍କ ପୌରାହିତ୍ୟରେ ଆଜି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପୂର୍ବରୁ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମରେନ୍ଦ୍ର ପଣ୍ଡା, ଗ୍ରାମ ରୋଜଗାର ସେବକ ସୁଶାନ୍ତ କୁମାର ପଣ୍ଡା, ବ୍ଲକ ନିର୍ବାହୀ ଯନ୍ତ୍ରୀ ସୋନାଲି ମଲ୍ଲିକ, ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ଏବଂ ମିଶନଶକ୍ତି କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟା ମାନେ ଉପସ୍ଥିତ ଥିଲେ । ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରିଥିଲେ l ନିଜ ଘର ଠାରୁ ସଫେଇ କରି ଗ୍ରାମକୁ ସଫା କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନଙ୍କୁ କହିଥିଲେ । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାନପଦର ବସ ଷ୍ଟାଣ୍ଡ, ସାନପଦର ଛକ ଓ ଗ୍ରାମପଞ୍ଚାୟତର ଚତୁଃପାର୍ଶ୍ଵ ସଫା କରାଯାଇଥିଲା । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଉପଲକ୍ଷେ ସାନପଦର ହାଇସ୍କୁଲ ନିକଟ ପଡିଆରେ ବିଭିନ୍ନ ପ୍ରକାରର ଚାରାରୋପଣ କରାଯାଇଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.