ସାନଖେମୁଣ୍ଡି, ୧୭/୦୨(ପିପିଟି): ଆସନ୍ତା କାଲି ସାନଖେମୁଣ୍ଡି ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ପାଟପୁର ବିଶ୍ୱସରାୟ ବିଜ୍ଞାନ ମହାବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକର ୨୬ ଗୋଟି ପଞ୍ଚାୟତ ପାଇଁ ୨୬ ଟି କାଉଁଟର ଖୋଲାଯାଇଛି । ପୋଲିଂ ଅଧିକାରୀ ମାନଙ୍କୁ ସହଜ ସୁବିଧା ରେ ନିର୍ବାଚନୀ ପାଇଁ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ ପାଇଁ ବ୍ଲକ କାଯ୍ୟାଳୟର ସମସ୍ତ କର୍ମଚାରୀ ଯଥା ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ , ଗ୍ରାମସେବକ, ଜି.ଆର.ଏସ, ଯୋଗାଣ ସହାୟକ , ବି.ଏ.ଫ.ଟି, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ , ଅଧିକାରୀ କାର୍ଯ୍ୟ ସମ୍ପାଦନ ପାଇଁ ୧୨୦ ଜଣ ନିୟୋଜିତ ହୋଇଥିଲେ । ବ୍ଲକ୍ ର ୨୬ ଟି ପଞ୍ଚାୟତରେ ଜିଲ୍ଲାପରିଷଦ, ସମିତିସଭ୍ୟ , ସରପଞ୍ଚ , ଏବଂ ୱାଡ ମେମ୍ବର ପାର୍ଥି ଭାବେ ୭୭୪ ଜଣ ଅବତ୍ରିର୍ଣ୍ ହୋଇଛନ୍ତି । ବ୍ଲକ୍ ର ୧,୩୭,୨୩୯ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ମହିଳା ଭୋଟରଙ୍କ ସଙ୍ଖ୍ୟା ୬୪,୯୨୮ ହୋଇଥିବା ବେଳେ ପୁରୁଷ ଙ୍କ ସଙ୍ଖ୍ୟା ୭୨,୨୯୦ ଏବଂ ତୃତୀୟ ଲିଙ୍ଗ ୨୧ ଜଣ ନିର୍ବାଚନ ରେ ମତଦାନ କରିବେ । ବ୍ଲକ ର ୨୬ ଟି ପଞ୍ଚାୟତ ରେ ୩୬୭ ଟି ପୋଲିଂ ବୁଥ ରହିଥିବା ବେଳେ ୧୪୬୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଦୁଇଟି ପିଙ୍କ୍ ବୁଥ୍ ରହିଛି ।ପିଙ୍କ୍ ବୁଥ ରେ କେବଳ ମହିଳା ପୋଲିଂ ଅଫିସର ,ମହିଳା ପୋଲିସ ଭୋଟ ଦାନ କେନ୍ଦ୍ରରେ କାର୍ଯ୍ୟ ସମ୍ପାଦନ କରିବେ । ପୋଲିଂ ଅଧିକାରୀ ମାନେ ନିଜ ନିଜର ବୁଥକୁ ଭୋଟ ବକ୍ସ ବେଲେଟ ପେପର ନେଇ ଯାଇଛନ୍ତି । ପ୍ରତି ବୁଥ ରେ ପୋଲିସ ମୁତୟନ ରହିଛନ୍ତି । ୩୬୭ ବୁଥ ମଧ୍ୟ ରୁ ସମ୍ବେଦନଶୀଳ ବୁଥ ୩୭ ହୋଇଥିବା ବେଳେ ଅତି ସମ୍ବେଦନଶୀଳ ୧୭ ଟି ଜଣା ପଡ଼ିଛି । ୬୬୪ ଜଣ ଙ୍କୁ ୧୦୭ କେସରେ ଅନ୍ତର୍ଭୁକ୍ତ କରାଯାଇଥିବା ସୂଚନା ମିଳିଛି । ୫ଟି ବନ୍ଧୁକ ଜୀମା ରେ ନିଆଯାଉଛି ସମସ୍ତ ବୁଥ ଅଞ୍ଚଳ ରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏନେଇ ପାଟପୁର ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସାନଖେମୁଣ୍ଡି ତହସିଲଦାର ଡ଼.ଶ୍ରୀନିବାସ ବେହେରା ମାଜିଷ୍ଟେଟ ଭାବେ ଦାୟୀତ୍ବ ରେ ରହିଥିବା ବେଳେ ଅତିରିକ୍ତ ଆରିକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଙ୍କ ତତ୍ଵାବଧାନରେ ଜଣେ ଡି.ଏସ.ପି , ଏସ.ଡି.ପିଓ ଉମାଶଙ୍କର ସିଂହ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ୭ ଜଣ ଇନିସ୍ପେକ୍ଟର , ୧୨ ଟି ମୋବାଇଲ୍ ଟିମ୍ ଏବଂ ସମସ୍ତ ବୁଥରେ ପୋଲିସ ମୁତୟନ ହୋଇଛନ୍ତି । ବ୍ଲକ୍ ଅଫିସ୍ ପକ୍ଷରୁ ୨୬ ଟି ବୁଥକୁ ୨୬ ଟି ପର୍ଯ୍ୟବେକ୍ଷଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏନେଇ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ କହିଛନ୍ତି ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳା ଭାବେ ଶେଷ କରିବାପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।
(ରିପୋର୍ଟ- ଆରତ କୁମାର ହୋତା। )
Prev Post