ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରେସ ବିଜ୍ଞପ୍ତି ଜାରି ।

0 280

ସୁବର୍ଣ୍ଣପୁର ,୧୮/୦୫(ପିପିଟି):ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତି ଅନ୍ୟା ଦାଶ ଜିଲ୍ଲାରେ ନିର୍ବାଚନ କିଭଳି ସୁରୁଖୁରୁରେ ନିରପେକ୍ଷ ଭାବେ ସମାପନ ହୋଇପାରିବ ସେ ସମ୍ବନ୍ଧରେ ପ୍ରଶାସନିକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି I ଜିଲ୍ଲାରେ ଗୋଟିଏ ଦିନ ୨୦ ମେ ରେ ମତଦାନ ହେବ l ମତଦାନ ସକାଳ ୭ଘଂ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଚଳିବ l ୪ ଜୁନ୍ ରେ ଭୋଟ ଗଣତି ହେବ l ଚଳିତ ନିର୍ବାଚନ ୨୦୨୪ରେ ବୀରମହାରାଜପୁର ୬୪ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସୋନପୁର ନିର୍ବାଚନ ମଣ୍ଡଳୀ ରେ ୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି I ଏହା ସହିତ ବଲାଙ୍ଗୀର ୧୦ ସମ୍ବିଧାନ କ୍ଷେତ୍ର ପାଇଁ ମଧ୍ୟ ମତଦାନ ହେବ I ଏଥିପାଇଁ ସର୍ବମୋଟ ୩୫୧୭ ଜଣ ପୋଲିଂ ଅଫିସର ଏବଂ ସ୍ଥିତି ଅନୁଧ୍ୟାନ ପାଇଁ ୬୪ଜଣ ସେକ୍ଟର ଅଫିସର ଙ୍କୁ ନିଯୁକ୍ତି ଦିଆଯାଇଛି l ଜିଲ୍ଲାର ସମଗ୍ର ୬ଟି ବ୍ଲକ,ଗୋଟିଏ ମୁନିସିପାଲିଟି , ଦୁଇଟି ଏନ୍ ଏସି ,ରେ ମୋଟ ୪୭୦୦୪୯ ଜଣ ଭୋଟର ରହିଛନ୍ତି I ସେଥିରୁ ପୁରୁଷ ଭୋଟର୍ ୨୪୩୪୩୪ ଜଣ ଥିବା ବେଳେ ମହିଳା ଭୋଟର ୨୨୬୬୦୦ଜଣ,ଏବଂ ତୃତୀୟ ଲିଙ୍ଗ ର ୧୫ ଜଣ ତନ୍ମଧ୍ୟରେ ବରିଷ୍ଠ ନାଗରିକ ଭୋଟର ସଂଖ୍ୟା ୪୦୩୩, ଯୁବ ଭୋଟର ୧୨୦୨୨ ଓ ଦିବ୍ୟାଙ୍ଗ ଭୋଟର ୩୫୨୦ ଜଣ ଅଛନ୍ତି l ୬୪ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ୨୧୫,୩୫୩ ମତଦାତା ରହିଥିବା ବେଳେ ପୁରୁଷ ଭୋଟର ୧୧୯୯୪ ମହିଳା ଭୋଟର ୧୦୩୩୫୬, ତୃତୀୟ ଲିଙ୍ଗି ୦୩ ବରିଷ୍ଠ ନାଗରିକ ୧୮୦୦, ଯୁବ ଭୋଟର ୫୧୮୬, ଓ ଦିବ୍ୟାଙ୍ଗ ମତଦାତା ସଂଖ୍ୟା ୧୩୦୯ ରହିଛି l ସେହିପରି ୬୫ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସମୁଦାୟ ଭୋଟର ୨୫୪୬୯୬, ତନ୍ମଧ୍ୟରେ ପୁରୁଷ ଭୋଟର ୧୩୧୪୪୦, ମହିଳା ଭୋଟର ୧୨୩୨୪୪ ତୃତୀୟ ଲିଙ୍ଗି ୧୨ ଜଣ, ବରିଷ୍ଠ ନାଗରିକ ଭୋଟର ୨୨୩୪, ଯୁବ ମତଦାତା ସଂଖ୍ୟା ୬୮୩୬, ଓ ଦିବ୍ୟାଙ୍ଗ ଭୋଟର ସଂଖ୍ୟା ୨୨୧୧ ରହିଥିବା ସୂଚନା ରହିଛି l ସୋନପୁର ନିର୍ବାଚନ ଜିଲ୍ଲା ର ବୀରମହାରାଜପୁର ନିର୍ବାଚନମଣ୍ଡଳୀ ରେ ୨୬୭ ଟି ଏବଂ ସୋନପୁର ନିର୍ବାଚନମଣ୍ଡଳୀ ରେ ୩୧୯ ଟି ସର୍ବମୋଟ ୫୮୬ ଟି ମତଦାନ କେନ୍ଦ୍ରରେ ମତ ଗ୍ରହଣ କରାଯିବ I ଏଥିରୁ ୯୦ ଟି ବୁଥ୍ ସମ୍ବେଦନଶୀଳ ଏବଂ ୩୦ ଟି ବୁଥ୍ ଅତି ସମ୍ବେଦନଶୀଳ ହିସାବରେ ଚିହ୍ନଟ କରାଯାଇଛି I ଏମାନଙ୍କ ମଧ୍ୟରୁ ସଖୀ ବୁଥ ୧୩ ଟି ,ଯୁବ ଅଫିସର ମାନଙ୍କ ଦ୍ଵାରା ପରିଚାଳିତ ବୁଥ ୧୦ ଟି, ଦିବ୍ୟାଙ୍ଗ ଅଫିସର ମାନଙ୍କ ଦ୍ଵାରା ପରିଚାଳିତ ବୁଥ ୧ ଟି, ପରିବେଶ ଅନୁକୂଳ ବୁଥ୍ ୧୦ ଟି ଏଥିନିକ ଥିମ୍ ବେଶ୍ ବୁଥ୍ ୦୬ ଟି ଏବଂ ଅନ୍ୟାନ୍ୟ ଥିମ୍ ବେଶ୍ ବୁଥ୍ ୦୪ ଟି ରହିଛି I ସମସ୍ତ ବୁଥ୍ ମାନଙ୍କରେ ବିଜୁଳି, ପିଇବା ପାଣି, ଆଶ୍ରୟ ସ୍ଥଳ,ପ୍ରାଥମିକ ଚିକିତ୍ସା ସୁବିଧା ସହ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ରାମ୍ପ ସୁବିଧା କରାଯାଇଛି I ବିଭିନ୍ନ ବର୍ଗ ର ମତଦାତା ଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ବୁଥ୍ ରେ ସ୍ବେଛାସେବୀ ନିୟୋଜିତ କରାଯାଇଛି l ନିର୍ବାଚନ ରେ ବିଭିନ୍ନ କାର୍ଯ୍ୟରେ ସମୁଦାୟ ବଡ଼ ଓ ଛୋଟ ଚାରିଚକିଆ ୭୨୧ଟି ଗାଡି ବ୍ୟବହୃତ ହେଉ ଥିବା ସୂଚୀତ କରାଯାଇଛି l ସମଗ୍ର୍ ପୋଲିଂ ବୁଥ୍ ର ୬୦ ପ୍ରତିଶତ ବୁଥ୍ ରେ ୱେବ଼୍ କାଷ୍ଟିଙ୍ଗ ହେବ I ସମଗ୍ର ନିର୍ବାଚନ କୁ ନିରପେକ୍ଷ ଭାବରେ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ଉପରେ ଜିଲ୍ଲାପ୍ରଶାସନ ତତ୍ପର ରହିଛି l ଏହି ନିର୍ବାଚନ ର ଗଣ ପର୍ବ କୁ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ,ଅବାଧ ଭାବେ ସମାପନ କରିବା ନିମନ୍ତେ ଜିଲ୍ଲାର ସମସ୍ତ ନାଗରିକ, ଭୋଟର ତଥା ଜନସାଧାରଣ ଆନ୍ତରିକ ସହଯୋଗ ତଥା ସାମିଲ ହେବାକୁ ଜିଲ୍ଲାପ୍ରଶାସନ ତରଫରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଅନୁରୋଧ କରାଯାଇଛି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.