ବୋଲଗଡ଼,୧୦/୦୭(ପିପିଟି):ବୋଲଗଡ ଅନ୍ତର୍ଗତ ଧଳାପଥର ଗ୍ରାମ ପଞ୍ଚାୟତ ଅଧୀନ ଠଣାପଲ୍ଲୀ ମିଳିତ ଯୁବକ ସଂଘ ତରଫରୁ ଆରିକମା ଗ୍ରାମ ପଞ୍ଚାୟତ ଅଧୀନ ଶଙ୍କରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍କୁଲ ପିଲାଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ପିଲାଙ୍କୁ ବୃକ୍ଷ ରୋପଣ ର ଉପକାରିତା, ଜୈବ ବିବିଧତାର ସୁରକ୍ଷା, ପଶୁ ପକ୍ଷୀ ଙ୍କ ପ୍ରତି ଦୟା ଭାବ,ସ୍ୱଚ୍ଛତା ର ବାର୍ତ୍ତା ଦେବା ପାଇଁ କୁଇଜ୍ ମାଧ୍ୟମରେ ସଚେତନତା କରାଯାଇଥିଲା। ମାଆ ପାଇଁ ଗଛ ଟିଏ ଲଗାଇବାକୁ ଶପଥ ପାଠ କରାଯାଇଥିଲା।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଯୁବକ ସଂଘର ସମ୍ପାଦକ ଭାଗିରଥୀ ଦାଶ ଙ୍କ ପୌରହିତ ରେ ସ୍କୁଲର ପ୍ରଧାନ ଶିକ୍ଷକ ବାସୁଦେବ ଦାସ, ଅରିକମା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦ କୁମାର ରାଉତ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ।ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ହୋତା, ମୁଖଶାଳା ର ସଂପାଦକ ବଂଶୀଧର ପଣ୍ଡା,ସହକାରୀ ଶିକ୍ଷୟତ୍ରୀ ସସ୍ମିତା ଦାଶ ,ଶର୍ମିଷ୍ଠା ମହାପାତ୍ର, ଶିକ୍ଷକ ପ୍ରଭାତ କୁମାର ସାହୁ ଯୋଗଦେଇ ପରିବେଶ ଶିକ୍ଷା ଓ ସାଧାରଣ ଜ୍ଞାନ ବିକାଶ ରେ ଛାତ୍ର ଛାତ୍ରୀ ଙ୍କ ଜ୍ଞାନ ବୃଦ୍ଧି ପାଇବ ବୋଲି ମତ ଦେଇଥିଲେ ।କୃତି ଛାତ୍ରଛ।ତ୍ରୀ ଙ୍କୁ ମୁଖ୍ୟ ଅତିଥି ମାନପତ୍ର ଉପଢୌକନ ସହ ସମ୍ମାନୀତ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।