ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ।

0 282

ବ୍ରହ୍ମପୁର ,୦୮/୦୧(ପିପିଟି):ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଉପଜିଲ୍ଲାପାଳ ଡ଼ ଗୌରବମୟ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଡେପୁଟି କଲେକ୍ଟର କସ୍ତୁରୀ ସ୍ବାଇଁ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ଘ ୪.୩୦ମି଼ ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ସହରରେ ରାମଧୁନ ପରିବେଷଣ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭ଘଣ୍ଟା ରେ ପତାକା ଉତ୍ତୋଳନ କରିବେ । ସକାଳ ଘ ୮.୩୦ମି଼ ସମୟରେ ସ୍ଥାନୀୟ ଖୋଲିକୋଟ ବିଶ୍ଵବିଦ୍ୟାଳୟ ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ୟାରେଡ୍ ଅଭ୍ୟାସ ନିମନ୍ତେ ଆସନ୍ତା ୨୨ ଓ ୨୩ ତାରିଖ ଅପରାହ୍ନ ୩ଘଣ୍ଟା ଏବଂ ୨୪ ତାରିଖ ସକାଳ ୮ଘଣ୍ଟା ସମୟରେ ଅଭ୍ୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ଆସନ୍ତା ୧୨,୧୩ ଓ ୧୪ ତାରିଖରେ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ କୋର୍ଟପେଟା ଠାରେ ଚିତ୍ରାଙ୍କନ,ବକ୍ତୃତା ଓ ରଚନା ପ୍ରତିଯୋଗିତା ସକାଳ ୮ଘଣ୍ଟା ସମୟରେ ଆୟୋଜିତ ହେବ । ଏହି ବୈଠକରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ପରିଚାଳନା କରିଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଲୋକନାଥ ଶତପଥୀ,ରବୀନ୍ଦ୍ର ସାହୁ ଓ ମମତା ମହାନ୍ତି ସହଯୋଗ କରିଥିଲେ ।

Leave A Reply

Your email address will not be published.