ସାଥୀ କମିଟିର ଓରିଏଣ୍ଟେସନ୍ କର୍ମଶାଳା।

0 213

ଯାଜପୁର,୨୯/୦୫(ପିପିଟି): ରାଷ୍ଟ୍ରୀୟ ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ନିଃସହାୟ ପିଲାମାନଙ୍କୁ ଚିହ୍ନଟ, ଆଧାର ପଞ୍ଜିକରଣ, ଆଇନଗତ ସହାୟତା ଏବଂ ବିଭିନ୍ନ କଲ୍ୟାଣକାରୀ ଯୋଜନା ସହିତ ସଂଯୋଗୀକରଣକୁ ସୁଗମ କରିବା ଏବଂ କୌଣସି ପିଲା ଯେପରି ଆଇନଗତ ପରିଚୟ କିମ୍ବା ଅଧିକାର ବିନା ନ ରହିବ ତାହାକୁ ନିଶ୍ଚିତ କରିବା ଲକ୍ଷ୍ୟରେ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା ନିମନ୍ତେ ଏକ ସାଥୀ କମିଟି ଗଠନ କରାଗଲା ଏବଂ ଜିଲ୍ଲା ଜଜ୍ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ପୋକ୍ସୋ କୋର୍ଟର ବିଚାରପତି ଅଭିଜିତ ପଲେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କମିଟିର ସଦସ୍ୟ ମାନଙ୍କ ଏକ ଓରିଏଣ୍ଟେସନ୍ କର୍ମଶାଳା ସିଭିଲ କୋର୍ଟ ଆଭାସୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାଧିକରଣର ସଚିବ ଲିପା ମହାନ୍ତି, ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡି.ଏ.କେ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ, ଆରକ୍ଷୀ ଅଧିକାରୀ ପ୍ୟାନେଲ ଲୟର, ପି.ଏଲ.ଭି ମାନେ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ। ଉକ୍ତ କର୍ମଶାଳାକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଲିପା ମହାନ୍ତି ପରିଚାଳନା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.