ମାଲକାନଗିରି,୧୭/୧୨(ପିପିଟି):ସାତ ଫୁଟ ଲମ୍ବର ଏକ ବିରାଟକାୟ ଅଜଗର ସାପକୁ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । କାଲିମେଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଦିଲି ଗ୍ରାମର ଜଣଙ୍କ ପୋଖରୀରରେ ଏହି ଅଜଗର ସାପଟି ଏକ ଜାଲରେ ଛନ୍ଦି ହୋଇ ଯାଇଥିଲା । ସକାଳେ ଲୋକମାନେ ଦେଖି ଭୟଭୀତ ହୋଇଥିଲେ। ପରେ ମାଲକାନଗିରିର ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶରତ କୁମାର ମାଝୀ ଉକ୍ତ ଗ୍ରମକୁ ଆସି ପୋଖରୀ ମଧ୍ଯରୁ ସାପଟିକୁ ଉଦ୍ଧାର କରିଥିଲେ । ଏହି ଅଜଗର ସାପଟିର ଲମ୍ବ ଫୁଟ ହେବ ଏବଂ ଓଜନ ଆନୁମାନିକ ୧୨ କେଜି ହେବ ବୋଲି କୁହାଯାଇଛି । ଉଦ୍ଧାର ପରେ ସାପଟିକୁ ଜଙ୍ଗଲରେ ଛାଡି ଦିଆ ଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)