ସାଙ୍କୁଡା ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଷୋଡଶ ତମ ବାର୍ଷିକଉତ୍ସବ ଅନୁଷ୍ଠିତ ।

0 287

କୋଦଳା,୧୦/୦୨(ପିପିଟି) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଷୋଡଶ ତମ ବାର୍ଷିକ ଉତ୍ସବ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ପିଲାଙ୍କ ମାନବିକ ମୂଲ୍ୟବୋଧ ବୃଦ୍ଧି ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ତିଆଡ଼ି, ପୂର୍ବତନ ସମ୍ପାଦକ ଯୋଗେନ୍ଦ୍ର ସାହୁ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ, ଶିକ୍ଷାବିତ ଦେବେନ୍ଦ୍ର କୁମାର ମହାରଣା, ସାଙ୍କୁଡା ସରପଞ୍ଚ ସୁଷମା ତିଆଡ଼ି, ସମିତି ସଭ୍ୟା ଜୟନ୍ତୀ ସ୍ୱାଇଁ, ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ହରିହର ଗ୍ରାମ୍ୟ କମିଟି ସଭାପତି କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ପିଲାଙ୍କ ଭବିଷ୍ୟତ ଗଠନର ମୂଳ ଲକ୍ଷ୍ଯ ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ମିନି କୁମାରୀ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସନ୍ତୋଷ କୁମାର ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ଭବାନୀ କାନ୍ତ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିବା ବେଳେ ସମସ୍ତ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Leave A Reply

Your email address will not be published.