ସାଗରଗୁଆଁ ପଞ୍ଚାୟତ ରେ ଗଡ଼ିଲା “ସୁଭଦ୍ରା” ରଥ।

0 285

ବୋଲଗଡ଼,୧୦/୦୯(ପିପିଟି):ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସମ୍ପର୍କିତ ଲୋକ ମାନଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଦୁର କରିବା ସହିତ ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାଗରଗୁଆଁ ପଞ୍ଚାୟତର କଲ୍ୟାଣ ମଣ୍ଡପଠାରୁ ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ,ବିଡିଓ ଶରତ କୁମାର ମଲ୍ଲିକ,ଜିଲ୍ଲାପରିସଦ ସୁବାଷ ଚନ୍ଦ୍ର ରାୟଗୁରୁ,ସାଗରଗୁଆଁ ସରପଞ୍ଚ ରମାମଣି ଦେଇ,ସମିତି ସଭ୍ୟ ତୋଫାନ କୁମାର ବେହେରା, ବଡକୁମ୍ଭାରି ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, ମିଶନଶକ୍ତିର ମା ମାନେ ଓ ଅଙ୍ଗନୱାଡି କର୍ମୀ ଙ୍କ ଉପସ୍ଥିତି ରେ ସୁଭଦ୍ରା ଯୋଜନା ରଥ ର ଶୁଭାରମ୍ଭ କରାଯାଇଥିଲା। ଉକ୍ତ ରଥ କୁ ଶୁଭାରମ୍ଭ କରିବା ଅବସର ରେ ସେ ମହିଳା ମାନଂକୁ ସ୍ୱାବଲମ୍ବୀ ଓ ଆର୍ଥିକ ସମୃଦ୍ଧକରିବାରେ ସୁଭଦ୍ରା ଯୋଜନା ହିତାଧିକାରୀ ମାନେ କିପରି ଆବେଦନ କରିପାରିବେ ସେ ନେଇ ସଚେତନ କରାଇଥିଲେ। ବିଶେଷ କରି ନିଶୁକ୍ଳ ଆବେଦନ କରିବା। ଏହି ଯୋଜନାରେ ହିତାଧିକାରୀ ଙ୍କୁ ବର୍ଷ କୁ ୨ଟି କିସ୍ତି ରେ ୧୦ହଜାର ଟଙ୍କା ପ୍ରଦାନ କରାଯିବା ଏବଂ ଏହାର ଆବେଦନ କେବଳ ଜନସେବା ଓ ମୋ ସେବା କେନ୍ଦ୍ର ରେ ଉପଲବ୍ଧ କରାଯିବ। ବେଆଇନ ଅନଲାଇନ କେନ୍ଦ୍ର ରେ ଆବେଦନ ନ କରିବା କୁ ଡକାବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା। ଏହା ଏକ ଉପାଦେୟ ଯୋଜନା। ଏକ ନିରନ୍ତର ପ୍ରକ୍ରିୟା ଏବଂ ଏଥିରେ ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ। ଅଯଥା ଭିଡ ନକରିବାକୁ ସରପଞ୍ଚ ପରାମର୍ଶ ଦେଇଥିଲେ। ଏହି ରଥ ପଂଚାୟତ ର ସମସ୍ତ ୱାର୍ଡ ପରିକ୍ରମା କରି ଲୋକଙ୍କୁ ସଚେତନ କରିବ ବୋଲି ଶେଷରେ ଜିଲ୍ଲାପରିଷଦ ସୁଭାଷଚନ୍ଦ୍ର ରାୟଗୁରୁ ଏବଂ ସମିତି ସଭ୍ୟ ତୋଫାନ କୁମାର ବେହେରା ମତ ରଖିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.