ସାଇ ଗୁରୁକୂଳ ରେ ଉନ୍ନତ ମାନର ଡିଜିଟାଲ ଶିକ୍ଷାଦାନ ବ୍ୟବସ୍ଥା ।

0 376

ଭଞ୍ଜନଗର,୧୯/୦୯(ପିପିଟି); ଭଞ୍ଜନଗର ଶ୍ରୀରାମ ନଗର ଠାରେ ଥିବା ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ରେ ଅତ୍ୟାଧୁନିକ ଉନ୍ନତ ମାନର ଡିଜିଟାଲ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥି ନିମନ୍ତେ ନୂତନ ଯନ୍ତ୍ରପାତି ବିଦ୍ୟାଳୟରେ ସ୍ଥାପନ କରାଯାଇଛି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଭିଜ୍ଞ ତାଲିମଦାତା ଶିକ୍ଷା ଦେଇଛନ୍ତି। ବର୍ତ୍ତମାନ ଡିଜିଟାଲ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ଥିବା ବେଳେ ଛାତ୍ର ଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।ଯାହାଦ୍ୱାରା ଶିକ୍ଷାଦାନ କ୍ଷେତ୍ରରେ ପିଲାମାନେ ଅଧିକ ସୁବିଧା ପାଇପାରିବେ। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.