ଉଲୁଣ୍ଡା ,୧୬୵୦୮(ପିପିଟି): ପବିତ୍ର 77ତମ ସ୍ବାଧୀନତା ଦିବସ ଅବସରରେ ସହଯୋଗ ସେବା ସଂଗଠନ ଓ ମହାନଦୀ ନେତ୍ର ଚିକିତ୍ସାଳୟ ର ମିଳିତ ଆନୁକୂଲ୍ୟରେ ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ଏକ “ସ୍ୱେଚ୍ଛାକୃତ ରକ୍ତଦାନ ଶିବିର,ମାଗଣା ଚକ୍ଷୁ ପରୀକ୍ଷା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଛି । ସଂଗଠନ ର ସଭାପତି ନବାରୁଣ ଦେବଦତ୍ତ ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ସମ୍ମାନିତ ଅତିଥିଭାବରେ ଜିଲ୍ଲା ପରିଷଦ ସଦସ୍ୟ ଲବକୁମାର ସାହୁ,ଚମ୍ପମାଲ ଗ୍ରାମ ପଂଚାୟତ ସମିତିସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ , ଉଫୁଲା ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ମୀନକେତନ ମହକୁର, ଆତ୍ମା ଅଧ୍ୟକ୍ଷ ତଥା ସମାଜସେବୀ ବିବସ୍ଵତି ପଣ୍ଡା, ବାଗବର ସରପଞ୍ଚ ପ୍ରତିନିଧି ବିପିନ ପଣ୍ଡା ମଞ୍ଚାସିନ ଥିଲେ। ସଭା ସଂଯୋଜନା କରିଥିଲେ ସଂଗଠନ ର ସଦସ୍ୟ ଅରବିନ୍ଦ ରଣା, ଏଥିର ମହାନଦୀନେତ୍ରଚିକିତ୍ସାଳୟ ,ନାଇସେଟ କମ୍ପ୍ୟୁଟର,ସୋନ୍ତସ ସମର୍ଥକ ଙ୍କୁ ସହଯୋଗ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ସଂଗଠନ ର ସଦସ୍ୟା ଅରବିନ୍ଦ ରଣା ମଞ୍ଚ ପରିଚାଳନା କରିଥିବାବେଳେ ସଂଗଠନ ସଂପାଦକ ପ୍ରକାଶ ପ୍ରଧାନ,ଟିଟୁ ପଣ୍ଡା, ଅଭିନନ୍ଦନ ପୁଝାରୀ, , ସୁଶାନ୍ତ ପୁରୋହିତ, ପ୍ରିୟବ୍ରତ ପୁରୋହିତ,ଶିବରାମ ବେହେରା , ରଶ୍ମି ମୋଦି, ରମାକାନ୍ତ ହରିପାଲ,ମହାବୀର ହାତୀ ,ମାନସ ହୋତା ,ବିକାଶ ପଧାନ, ଆୟୁଷ ଅଗ୍ରୱାଲ, ଶୁଭେନ୍ଦୁ ଷଡଙ୍ଗୀ ଙ୍କ ସହିତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହୃଦୟୀ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।ଏଥିରେ ମୋଟ ୪୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ୪୨ ଜଣ ଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା । ଶେଷରେ ସଭାପତିନବରୁଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ