ଭଞ୍ଜନଗର, ୧୮/୧୨(ପିପିଟି):ଭଞ୍ଜନଗର ଜଳ ସେଚନ ବିଭାଜନ ଓ ଡ଼ହ ଜଳ ସେଚନ ଉପ ବିଭାଜନ ତରଫରୁ ସହଭାଗୀ ସେଚ ପରିଚାଳନା ଏବଂ ପାଣି ପଞ୍ଚାୟତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଡ଼ହ ଜଳସେଚନ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରବୀନ୍ଦ୍ରନାଥ ସେଠୀ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଞ୍ଚୁ ବେହେରା,ବଡ଼ କୋଦଣ୍ଡା ପାଣି ପଞ୍ଚାୟତ ସଭାପତି ବିରେନ୍ଦ୍ର ଆରୁଖଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ ଏବଂ ୧୧ଗୋଟି ପାଣି ପଞ୍ଚାୟତର ସଭାପତି, ସମ୍ପାଦକ ଏବଂ କୋଷାଧ୍ୟକ୍ଷମାନେ ଉପସ୍ଥିତ ଥିଲେ।ଖରିଫ ଓ ରବି ଋତୁ ଚାଷ ସମୟରେ ଚାଷ ଜମିକୁ ଯୋଗାଇ ଦିଆଯାଉଥିବା ଜଳ ସେଚନ ବ୍ୟବସ୍ଥାରେ କିଭଳି ପ୍ରଥମେ ଉପର ମୁଣ୍ଡର ଚାଷ ଜମି ପରେ ମଝି ଓ ଶେଷରେ ତଳ ମୁଣ୍ଡରେ ଥିବା ଚାଷ ଜମିରେ ଠିକ ଭାବେ ଜଳ ଯୋଗାଣର ସୁ ବିନିଯୋଗ ହୋଇ ପାରିବ ଏବଂ ଏହାଦ୍ୱାରା କିପରି ସବୁ ଶ୍ରେଣୀର ଚାଷୀ ଉପକୃତ ହୋଇପାରିବେ ସେ ବିଷୟରେ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସେଠୀ ବୁଝାଇଥିଲେ।ଏଥିସହ ଖରିଫ ଫସଲ ଅମଳରେ ସହଭାଗିତା ଏବଂ ପାଣି ପଞ୍ଚାୟତର ନୀତି ନିୟମ ସମ୍ପର୍କରେ କର୍ମକର୍ତ୍ତାଙ୍କ ଆଲୋଚନା କରିଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)