ସର୍ବ ଭାରତୀୟ ଧର୍ମଘଟକୁ ରଣପୁରରେ ବିପୁଳ ସମର୍ଥନ ।

0 252

ରଣପୁର,୨୮/୦୩(ପିପିଟି) :କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓକୃଷକ ମୋର୍ଚ୍ଚାର ଆହ୍ବାନ କ୍ରମେ ଆଜିଠାରୁ ଦୁଇ ଦିନିଆ ଦେଶ ବ୍ୟାପି ସାଧାରଣ ଧର୍ମଘଟରେ ରଣପୁର ଅଞ୍ଚଳରେ ଢେର୍ ସାରା ସମର୍ଥନ ମିଳିଛି ।ଏହି ପରିପ୍ରେକ୍ଷୀରେ ସି ଆଇ ଟି ୟୁ, ଏ ଆଇ ଟି ୟୁ ସି, ଆଇ ଏନ ଟି ୟୁ ସି ଓ କୁଷକ , ଅଙ୍ଗୱାଡ଼ି କର୍ମୀ, ଆଶା କର୍ମୀ, ଶ୍ରମିକ ଓ ମହିଳା ମାନେ ମିଶି ରଣପୁର ପଞ୍ଚୁଦୋଳ ପଡିଆ ଠାରେ ସକାଳ ୭ଟାରୁ ଦିନ ୧୨ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି କେନ୍ଦ୍ର ସରକାରଙ୍କ ଦର ବୃଦ୍ଧି, ଜନବିରୋଧୀ ନୀତି ବିରୋଧରେ ନାରାବାଜି କରି ଗର୍ଜି ଉଠିଥିଲେ । ଏଥିରେ କୃଶକ ନେତା ଶୁରେସ ସ୍ୱାଇ ,ହରିଶ୍ଚନ୍ଦ୍ର ମିଶ୍ର , ନିତ୍ୟାନନ୍ଦ ପରିଡ଼ା, ଦୁଃଶାସନ ଜେନା,ଶ୍ରମିକ କଂଗ୍ରେସର ନେତା ମିର ଆବବୁକର ସିଦ୍ଧିକ ,ମନୋଜ ପାତ୍ର, ସଂଯୁକ୍ତା ସେଠୀ,ଗଦାଧର ପ୍ରଧାନ, ଜାମିନ୍ ରାଣୀ ବେହେରା, ଭାନୁମତୀ ପ୍ରଧାନ,ରଜତ ଜେନା, କୁଳମଣି ପ୍ରଧାନ, ଭିକାରୀ ଚରଣ ସାହୁ,ଆଦି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.