କୋଦଳା,୨୨/୧୧(ପିପିଟି):ବୁଧବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ବୈଠକ ଗୃହ ଠାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ତତ୍ୱାବଧାନରେ ସର୍ବାଙ୍ଗ ଯୁବ ଉନ୍ନୟନ କାର୍ଯ୍ୟକ୍ରମ ୨୦୨୩ (IYDP)ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଏସ.ସୂର୍ଯ୍ୟ ନାରାୟଣ ଦୋରାଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଅଧ୍ୟାପିକା କୁମାରୀ ପ୍ରିୟଦର୍ଶିନୀ ସାହୁ ପରିଚାଳନା କରିଥିବା ବେଳେ ପ୍ରାରମ୍ଭ ରେ କଲେଜ ର ବରିଷ୍ଠ ଅଧ୍ୟାପକ ଡଃ ବିଷ୍ଣୁ ଚରଣ ସେଠି IYDP ର ଆଭିମୁଖ୍ୟ ତଥା ଓଡିଶା ସରକାରଙ୍କ ଯୁବ ନେତୃତ୍ୱର ଉଦ୍ଦେଶ୍ୟକୁ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ନୋଡାଲ ଅଫିସର ଭାବେ ଡଃ ପ୍ରଦୀପ କୁମାର ପଣ୍ଡା,ସାଗର ଚାନ୍ଦ ପାତ୍ର, ରଞ୍ଜୁବାଳା ନନ୍ଦ,ସାଗରୀକା ଦାଶ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଯୁବକ ମାନଙ୍କ ସୁଲଭ ଗୁଣଗୁଡିକୁ ପ୍ରତିପାଦିତ କରିବା ନିମନ୍ତେ ଛାତ୍ର ଛାତ୍ରୀଙ୍କୁ ଆହ୍ୱାନ ଦେବା ସହିତ ସେମାନଙ୍କୁ ଉତ୍ସାହିତ କରିଥିବା ବେଳେ କଲେଜ ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଛାତ୍ର ଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରତିପାଦନ କରିବା ପାଇଁ ଆପ୍ରାଣ ଚେଷ୍ଟା କରି ଆଭିମୁଖ୍ୟକୁ ସଫଳ ରୂପାୟନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୩୦ ଡିସେମ୍ବର ୨୦୨୩ ରେ ଉଦଯାପିତ ହେବାକୁ ଥିବା ବେଳେ ଆଜିଠାରୁ ପ୍ରତ୍ୟେକ ଦିନ ସଚେତନତା ବାର୍ତ୍ତା ସମେତ ପଥପ୍ରାନ୍ତ ବୈଠକ,ଖେଳ ଓ ସାଂସ୍କୃତିକ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )