ସର୍ଦ୍ଦାର ସଂଗ୍ରାମ ସିଂ ହାଇସ୍କୁଲ ପ୍ରତିଷ୍ଠା ଉତ୍ସବ ପାଳିତ ।

0 80

ଭଞ୍ଜନଗର,୨୯/୦୭(ପିପିଟି): ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗଣ୍ଡାଧର ସ୍ଥିତ ସର୍ଦ୍ଦାର ସଂଗ୍ରାମ ସିଂ ହାଇସ୍କୁଲର ୩୪ ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି.କରଡାବାଡିର ପ୍ରାକ୍ତନ ଶିକ୍ଷକ ବଂଶୀଧର ନାୟକ, ସମ୍ମାନିତ ଅତିଥି ଭାବେ ଗଣ୍ଡାଧର ସରପଞ୍ଚ ବିଜୟ କୁମାର ନାୟକ, ପୂର୍ବତନ ସରପଞ୍ଚ ସୂର୍ଯ୍ୟନାରାୟଣ ନାୟକ, ପ୍ରାକ୍ତନ ସ୍କୁଲ ସମ୍ପାଦକ ବିରୁପାକ୍ଷ ନାୟକ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ଶିକ୍ଷାର ବାତାବରଣ ସୃଷ୍ଟି ଦିଗରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟର କରାଣୀ ପ୍ରଦିପ କୁମାର ନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୀର୍ଘ ୨୬ ବର୍ଷ ଧରି ବିଦ୍ୟାଳୟ ପ୍ରତି ରହିଥିବା ଅବଦାନ ସଂର୍ପକରେ ଅତିଥି ମାନେ ପ୍ରକାଶ କରିଥିଲେ। ଶେଷରେ ହିନ୍ଦୀ ଶିକ୍ଷକ ବଂଶୀଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.