***ସରିନି ପ୍ରେମ***

0 68

ଫୁଲ ହସେ କି ନାହିଁ ଜଣା ନାହିଁ
ଫୁଟି ଗଲେ ହସ ହସ ଲାଗେ
ଫୁଲ ଡାକେ କି ନ ଡାକେ ଜଣା ନାହିଁ
ଭଅଁର ଆପେ ଆପେ ଆସେ
ଏମିତି ନିରବରେ ପ୍ରେମ ଚାଲିଛି ପରସ୍ପର
ନା ଅଛି ଆପତ୍ତି ନା ଅଭିଯୋଗ….!!
ମଣିଷର ପ୍ରେମ ବ୍ୟତିକ୍ରମ ମାତ୍ର
ଏଠି ପ୍ରେମ କରି କରି କିଏ ଥକି ପଡେ
କିଏ ପିପାସା ମେଣ୍ଟିଲେ ଚୁପଚାପ୍
ଅଦୃଶ୍ୟ ହୋଇ ଯାଏ ସବୁ ଦିନ……
ଏଠି ପ୍ରେମ କେବେ ଶସ୍ତା
କେବେ ମହଙ୍ଗା …..
କେବେ କଳହ /କେବେ ରକ୍ତପାତ….!!
ହସ: ବେଳେ ବେଳେ କୃତ୍ରିମ ପାଲଟି ଯାଏ
ଇଛା: ପୂରଣ ହେଲେ
ଆଉ କେଉଁଠି ଖୋଜା ପଡେ ସ୍ବପ୍ନ
ନଈର ଧର୍ମ ସାଗରେ ମିଶ୍ର ପାଇଁ
ବେଳେ ବେଳେ ନଈ ର ଇଛା ହୁଏ
ଯେଉଁ ପାହାଡରୁ ଆତ୍ମ ପ୍ରାକାଶ ପାଇଥିଲା
ସେଇ ପାହାଡକୁ ଦେଖାକରି
ସୁଖ ଦୁଃଖ ବାଣ୍ଟିବାକୁ
ଆଲିଙ୍ଗନ କରିବାକୁ
ଥରେ ଛାତିରେ ସାଉଁଟି
ପ୍ରେମ ପରସିବାକୁ
ହେଲେ ନଈମାନେ ଅଣ ଲେଉଟା….!!
ଜୀବନଟା ଏମିତି ପ୍ରେମମୟ କରିବାକୁ
କୃଷ୍ଣ ଦେଖିଥିଲେ ସ୍ବପ୍ନ….
ବିଶ୍ବକୁ ବାଣ୍ଟିଥିଲେ ପ୍ରେମ ;
ହେଲେ କିଏ ଜାଣିଥିଲା ଶେଷ ମୁହୂର୍ତ୍ତରେ
ଯଦୁ ବଂଶ ଧ୍ବଂସ ହେବ
ଛାର ଲୌହ ଖଣ୍ଡିକରେ
କୃଷ୍ଣ ହେବେ ତୀର ବିଧ
ଜାରା ଶବରର ଧନୁର୍ବାଣରେ
ଆଉ ଜୀବନ ଟା ଶେଷ ହେବ
ଲୁହରେ ଲହୁରେ….?
ପ୍ରେମ ର ଅନେକ ଦୃଷ୍ଟାନ୍ତ ଅଛି
ପୁରାଣ ଠାରୁ ଇତିହାସ
ଭିନ୍ନ ଗଳ୍ପ… ଭିନ୍ନ ଚରିତ୍ରକୁ ନେଇ ଚର୍ଚ୍ଚା
ଆଧୁନିକ ଗତିଶୀଳ
ତଥାପି ପ୍ରେମ କେତେ ରଙ୍ଗ
କେତେ ରୂପ/ରସ ସିକ୍ତ
ମରିନି ପ୍ରେମ /ସରିନି ପ୍ରେମ
କାହା ପ୍ରତାଡନାରେ……
ଆଜି ବି ବଞ୍ଚିଛି ପ୍ରେମ
ପାଷାଣ ହୃଦୟରେ
ଫୁଲ ବରଷାଇ….!!

(କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.