ପୋଲସରା ,୦୪/୦୮(ପିପିଟି) :- ପୋଲସରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପୋଲସରାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଜ୍ଞାନମେଳାରେ ଅନୁଷ୍ଠାନର ସଭାପତି ଯଦୁନାଥ ମିଶ୍ର ଯୋଗ ଦେଇ ଉଦଘାଟନ କରିଥିବାବେଳେ ସମ୍ପାଦକ ଦୂର୍ଗା ପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ଅରୁଣ କୁମାର ଜେନା, ଉପସଭାପତି ପ୍ରମୁଖ କୁମାର ପ୍ରଧାନ, ସଦସ୍ୟା ଶର୍ମିଷ୍ଠା ପ୍ରଧାନ, ଉପଦେଷ୍ଟା ନୃସିଂହ ନାରାୟଣ ପାତ୍ର, ସୁକାନ୍ତି ସାହୁ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟରୁ ଅଧ୍ୟାପକ ଏବଂ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବିଚାରକ ଭାବେ ଯୋଗଦେଇଥିଲେ। ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ସମସ୍ତ ମଂଚାସୀନ ଅତିଥିବୃନ୍ଦ, ପରିଚାଳନା କମିଟିର, କର୍ମକର୍ତ୍ତା ଏବଂ ବିଚାରକ ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ବିଜ୍ଞାନ ଆଚାର୍ଯ୍ୟ ମନୋଜ ପାଣିଗ୍ରାହୀ ବିଜ୍ଞାନ ମେଳା ସଂଯୋଜନା କରିଥିଲେ । ମେଳାରେ ଶିଶୁ ବର୍ଗ, ବାଲ ବର୍ଗ ଏବଂ କିଶୋର ବର୍ଗର ଛାତ୍ର, ଛାତ୍ରୀ ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ଗଣିତ, ବିଜ୍ଞାନ ପ୍ରୟୋଗ, ପତ୍ରବାଚନ, ଆଶୁଭାଷଣ, କଥାକଥନ ଏବଂ ମୂର୍ତ୍ତିକଳାରେ ମୋଟ ୧୩୦ ଜଣ ପ୍ରତିଭାଗୀ ଭାଗ ନେଇଥିବାବେଳେ ଭଲ ପ୍ରଦର୍ଶନ କରି ପ୍ରଥମ ସ୍ଥାନ, ଦ୍ୱିତୀୟ ସ୍ଥାନ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଶ°ଶାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନର ସମସ୍ତ ଗୁରୁଜୀ । ଗୁରୁମାଙ୍କ ଚେଷ୍ଟା ଫଳରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ବିଦ୍ୟାଳୟ ତରଫରୁ ମିଳିଥିବା ସୂଚନା ପ୍ରକାରେ ଆସନ୍ତା ତା.୧୦/୦୮/୨୦୨୫ ଦିନ ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ଭାଗ ନେବା ପାଇଁ ତିନି ବର୍ଗରୁ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ଭାଗନେବା ପାଇଁ ୧୫ ଜଣିଆ ବିଚାରକ ମଣ୍ଡଳୀ ଏଵଂ ଅନୁଷ୍ଠାନ ପରିଚାଳନା କମିଟି ଉଭୟଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା