ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ।

0 263

ପୋଲସରା ,୦୬/୦୪(ପିପିଟି) :ଆଜି ପବିତ୍ର ରାମ ନବମୀ ତିଥି ରବିବାର ଦିନ ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର  ପ୍ରାଙ୍ଗଣରେ ଶିଶୁ ବାଟିକା ବିଭାଗର ନୂତନ ଶିଶୁ ତଥା ଅଭିଭାବକ ମାନଙ୍କୁ ନେଇ ପ୍ରଥମ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ୪୦ ଜଣ ଅଭିଭାବକ ଯୋଗଦାନ କରିଥିଲେ ।ଏଥିରେ ନୂତନ ଭାବେ ନାମାଙ୍କନ କରିଥିବା ଶିଶୁ ଭାଇ, ଭଉଣୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷା ବିକାଶ ସମିତି, ଦକ୍ଷିଣ -ପୂର୍ବ ସମ୍ଭାଗର ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ, ଅନୁଷ୍ଠାନର ସଭାପତି  ଯଦୁନାଥ ମିଶ୍ର ଓ ସମ୍ପାଦକ  ଦୂର୍ଗା ପ୍ରସାଦ ମହାପାତ୍ର ପ୍ରମୁଖ ଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ  ସନ୍ତୋଷ କୁମାର ପାଢ଼ୀ ଅତିଥିଙ୍କ ପରିଚୟ ପ୍ରଦାନ କରିବାସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅରୁଣ ବାଗ ଭାଇ  ମାର୍ଗ ଦର୍ଶନ କରିଥିଲେ ତତ ସହିତ ଅନୁଷ୍ଠାନର ସଭାପତି ଯଦୁନାଥ ମିଶ୍ର ଶିଶୁ ମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ତଥା ପବିତ୍ର ରାମ ନବମୀ ଉପରେ ମାର୍ଗ ଦର୍ଶନ ଦେଇଥିଲେ । ଅନୁଷ୍ଠାନର ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ରୀତା ମହାରଣା ଶିଶୁବାଟିକାର ତାତ୍ପର୍ଯ୍ୟ ତଥା ୧୨ ଟି ଶୈକ୍ଷିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ ।ପରିଶେଷରେ ଅନୁଷ୍ଠାନର ସମ୍ପାଦକ  ଦୁର୍ଗା ପ୍ରସାଦ ମହାପାତ୍ର ଶିଶୁଙ୍କ ଚରିତ୍ର ନିର୍ମାଣ, ସଂସ୍କାର, ଶୃଙ୍ଖଳା ତଥା  ମୂଲ୍ୟବୋଧ ଦାୟିତ୍ୱ ଉପରେ ମାର୍ଗଦର୍ଶନ କରିବାସହ ଉପସ୍ଥିତ ଅତିଥି , ଅଭିଭାବକ ମାନଙ୍କୁ  ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁମାନେ ସଂଗୀତ ଗାନ କରିବା ସହିତ ଗୁରୁମା ସସ୍ମିତା ଦାଶ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.