ବୋଲଗଡ;୦୫/୦୮(ପିପିଟି) : ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଡିଆଳି ଗ୍ରାମର ଖଟିଖିଆ ଦିନ ମଜୁରିଆ ବାଳକୃଷ୍ଣ ନାୟକ ଦିର୍ଘ ବର୍ଷ ତଳେ ମୃତ୍ୟୁବରଣ କରିଅଛନ୍ତି। ମାଳତୀ କହିବା ଅନୁସାରେ ତାଙ୍କ ସ୍ୱାମୀ ଦୁଇଜଣଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀ ଓ ଦୁଇ ଝିଅ ନାମରେ ଘର ବାଡି କରିଦେଇ ଦ୍ୱିତୀୟ ପତ୍ନୀ(ସିଏ ନିଜେ) ମାଳତୀ ନାୟକ ଙ୍କୁ ଅଲଗା କରି ଦେଇଥିଲେ। ଯାହାକି ଭୂମିହୀନ ବାସହରା ଗରିବ ବିଧବା ମହିଳା ମାଳତୀ ନାୟକ ସ୍ବାମୀ ମୃତ୍ୟୁବରଣ କଲାପରେ ଦୀର୍ଘ ବର୍ଷ ଧରି ପର ଦୁଆରେ ମୂଲଲାଗି ପରିବାରର ଗୁଜୁରାଣ ମେଣ୍ଟାଉ ଅଛନ୍ତି । ପରଲୋକ ଙ୍କ ଠାରୁ ଧାର ଉଦ୍ଧାର ଓ କରଜ ଟଙ୍କା ଆଣି ଗୋଟିଏ ଝିଅକୁ ବିବାହ ଦେଇ ଅଛନ୍ତି । ପରିବାରର ଆର୍ଥିକ ଅଭାବ ଯୋଗୁ ୨୨ ବର୍ଷର ଭେଣ୍ଡା ପୁଅ ପାଠପଢାରେ ଡୋରି ବାନ୍ଧି ଦାଦନ ଖଟୁଛି । ଆର୍ଥିକ ଅଭାବରୁ ଭଙ୍ଗା ଚାଳଛପର ଘରଟି ବିଧବା ମାଳତୀ ନାୟକ ଜୀବନ ସୁରକ୍ଷା ପାଇଁ ଘର ମରାମତି କରି ନପାରି ବହୁ ବର୍ଷ ଧରି ଜରିପାଲ ତଳେ ଜୀବନ ବିତାଉଛନ୍ତି । ବର୍ଷାଦିନେ ବର୍ଷା ଜଳ ଘର ଭିତରକୁ ପ୍ରବେଶ କରୁ ଥିବାରୁ ମାଟି କାନ୍ଥ ଭାଙ୍ଗିଯାଇଛି ଓ ଘର ଭିତରେ ସାପ , ବେଙ୍ଗ, କଙ୍କଡା ବିଛା , ତେଲୁଣି ପୋକ ତଥା ଅନେକ ସରୀସୃପ ଘର ଭିତରେ ବାସ କରୁଅଛନ୍ତି । ଫଳରେ ମାଳତୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କିମ୍ବା ବିଜୁ ପକ୍କାଘର ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ବିଧବା ମହିଳା ମାଳତୀ ନାୟକ ସ୍ଥାନୀୟ ପ୍ରଶାସନ କୁ ନିବେଦନ କରିଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)