ସରକାରୀ ବସ୍ ଦୁର୍ଘଟଣାରେ ମୃତ ବ୍ୟକ୍ତି ଙ୍କ ପରିବାରକୁ ସହାୟତା ଦାବିରେ ରାସ୍ତାରୋକୋ।

0 447

ପୋଲସରା ୦୮/୧୧(ପିପିଟି) :ସରକାରୀ ବସ (ଲକ୍ଷ୍ମୀ ବସ) ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଦୁଇ ଯୁବକ ଙ୍କ ପରିବାର କୁ ଆର୍ଥିକ ସହାୟତା ଦେବା ଦାବିରେ ଆଜି ବେଗୁନିଆ ପଡ଼ା ବ୍ଳକ ଅନ୍ତର୍ଗତ ବଡ଼ ପଦର ଗ୍ରାମ ବାସି ପୋଲସରା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ୫ ତାରିଖ ଦିନ ବେଗୁନିଆ ପଡ଼ା ବ୍ଳକ ଅନ୍ତର୍ଗତ ବଡ଼ ପଦର ଗ୍ରାମ ର ବିନୟ ଶବର ବାଇକ୍ ଯୋଗେ ସିଂହାସନୀ ରୁ ଫେରିବା ସମୟରେ ଗମ୍ଭାରିଆ ନାଳ ନିକଟରେ ସରକାରୀ ଯାତ୍ରୀବାହୀ ବସ ସହିତ ଦୁର୍ଘଟଣା ହେବାରୁ ଘଟଣା ସ୍ଥଳରେ ବିନୟ ଶବର ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ରେ ବସିଥିବା ମନୁ ଶବର ଓ ପ୍ରିୟଙ୍କା ଶବର ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲ କଲେଜ ହସପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ ଗୁରୁତର ଦିନ ହଠାତ୍ ମନୁ ଶବର ଙ୍କ ନିଜ ଗ୍ରାମରେ ମୃତ୍ୟୁ ହୋଇ ଯାଇଥିଲା। ଫଳରେ ଆଜି ବଡ ପଦର ଗ୍ରାମ ବାସି ମନୁ ଶବର ଙ୍କ ଶବ କୁ ଆଣି ପୋଲସରା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ରଖି ଉଭୟ ବିନୟ ଓ ମନୁ ଶବର ଙ୍କ ପରିବାର କୁ ଯଥେଷ୍ଟ ପରିମାଣର ଆର୍ଥିକ ସହାୟତା ପ୍ରଦାନ ଦାବି କରିଥିଲେ। ଫଳରେ ପୋଲସରା-ବୁଗୁଡା ମୂଖ୍ୟ ରାସ୍ତା ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏହା ଯାତାୟାତ ଓ ପରିବହନ ବାଧାପ୍ରାପ୍ତ ହୋଇଥିଲା। ଫଳରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନି , ତହସିଲଦାର ଦୀପ୍ତିମୟୀ ପାତ୍ର , ପୁରୁଷୋତ୍ତମ ପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଜନୀ କାନ୍ତ ସାମଲ ଓ ପୋଲସରା ଥାନା ଅଧିକାରି କୌଶିକ ମାଝୀ ପ୍ରମୁଖ ଆନ୍ଦୋଳନ କାରି ମାନଙ୍କୁ ବୁଝାସୁଝା କରିଥିଲେ। ଏଥି ସହିତ ପୂର୍ବତନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ବୁଝାଇବା ପରେ ଗ୍ରାମବାସୀ ଆନ୍ଦୋଳନ ରୁ ଓହରି ଥିଲେ। ବର୍ତ୍ତମାନ ମୃତକଙ୍କ ଦୁଇ ପରିବାରର କୁ ରେଡକ୍ରସ ପାଣ୍ଠି ରୁ ୫୦ ହଜାର ଏବଂ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ଅଧିକ ସହାୟତା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.