କୋଦଳା,୦୨/୦୨(ପିପିଟି): ସରକାର କୋଟି କୋଟି ଟଙ୍କା ବ୍ୟୟକରି ପ୍ରତି ଗ୍ରାମକୁ ଜଳଯୋଗାଣ ପାଇଁ କମ୍ୟୁନିଟି ପାଣି ଟାଙ୍କି ତିଆରି କରି ଜଳ ଯୋଗାଇ ଦେଉଛନ୍ତି ହେଲେ ବିଡମ୍ବନାର ବିଷୟ ଏହି ଟାଙ୍କି ଗୁଡିକ ସଫା କରିବା ପାଇଁ କୌଣସି କାର୍ଯ୍ୟ ପନ୍ଥା ହାତକୁ ନେଉ ନାହାଁନ୍ତି କି କୌଣସି କର୍ମକର୍ତ୍ତାଙ୍କୁ ଦାଇତ୍ୱ ମଧ୍ୟ ଦେଇନାହାନ୍ତି । ଯାହା ଫଳରେ ବର୍ଷ ବର୍ଷ ଧରି ଟାଙ୍କି ଗୁଡିକ ସଫା ନ ହୋଇ ପୁତ୍ତି ଗନ୍ଧମୟ ଜଳ ମିଳୁଛି । ବେଳେବେଳେ ଏହି ପାଣି ବ୍ୟବହାର କରି ବିଭିନ୍ନ ପ୍ରକାରର ରୋଗ ତଥା ବହୁ ଅସୁବିଧାରେ ପଡୁଛନ୍ତି ସାଧାରଣ ଲୋକେ । ଏମିତି ଏକ ପାଣିଟାଙ୍କିକୁ ସଫା କରିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ତାଳସର ପଞ୍ଚାୟତ ହଂସତୁଳି ଗାଁର ଯୁବକ ସଙ୍ଘ ସଦସ୍ୟ । ଏଭଳି ସମସ୍ୟାକୁ ଲକ୍ଷ୍ୟ କରି ଏହାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ହଂସତୁଳି ଯୁବ ସଂଘ (Y A H ) । ଆଜି ହଂସତୁଳି ଯୁବ ସଂଘର ସଦସ୍ୟ ମାନେ ଗାଁରେ ଥିବା ପାଣି ଟାଙ୍କି ସଫା କରିବା ସହ ବ୍ଲିଚିଙ୍ଗ ପାଉଡର ପକାଇ ବିଶୋଧନ କରିଥିବା ଦେଖିବାକୁ ମିଳିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)