ସରକାରୀ ଜମି ଜବରଦଖଲ ଅଭିଯୋଗ ପ୍ରସଙ୍ଗରେ,ମୁହଁ ଖୋଲିଲେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ।

0 248

ଯାଜପୁର,୨୪/୦୮(ପିପିଟି) : କିଛିଦିନ ତଳେ ଧର୍ମଶାଳାର ବିଧାୟ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ସରକାରୀ ଜମି ଜବର ଦଖଲ କୁ ନେଇ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନାମରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ନେଇ ସରକାର ତରଫରୁ ନୋଟିସ ଦିଆଯାଇ ମାପଚୂପ କରାଯିବା ପରେ ଆଜି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ବିଜେଡି କାର୍ଯ୍ୟାଳୟ, ଜାରକାଠାରେ ଏକ ପ୍ରେସ ମିଟିଂ ଡକାଇ ଗଣମାଧ୍ୟମକୁ ନିଜର ବକ୍ତବ୍ୟ ଦେଇଥିଲେ । ସମସ୍ତ ଗଣମାଧ୍ୟମ ଜରିଆରେ ବକ୍ତବ୍ୟରେ କହିଥିଲେ ବର୍ତ୍ତମାନର ବିଧାୟକଙ୍କ ସମର୍ଥକ ଯେଉଁ ଅଭିଯୋଗ କରିଥିଲେ ସେ ପ୍ଲଟ୍ ନଂ-୮୦ ଥିଲା କିନ୍ତୁ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ରହୁଥିବା ଜମିର ପ୍ଲଟ୍ ନଂ-୮୦/୧ ଅଛି ଓ ସେ ରହିଥିବା ଜମିର ସମସ୍ତ କାଗଜ ପତ୍ର ଦେଖାଇ ପ୍ରମାଣ କରିଥିଲେ ଯେ ଅଭିଯୋଗ ହୋଇଥିବା ପ୍ଲଟରେ ମୋର କିମ୍ବା ମୋ ପରିବାର ସମ୍ପୃକ୍ତ ନାହାଁନ୍ତି କିମ୍ବା ସେ କୌଣସି ସରକାରୀ ଜମିକୁ ଜବର ଦଖଲ କରି ରହିନାହାଁନ୍ତି । ପ୍ରଣବ କୁମାର ବଳବନ୍ତରାୟ କହିଛନ୍ତି ଯଦି ମୁଁ ରହିଥିବା ଜାଗାକୁ ମାପଚୁପ କରାଯାଏ ଓ ଯଦି ସରକାରୀ ଜମିରେ ମୁଁ ଜବର ଦଖଲ କରିଥିବି ତେବେ ଜାଗା ଯେଉଁଠୁ ଚିହ୍ନଟ ହେବ ତାକୁ ଭଙ୍ଗାଯାଇ ସରକାର ଅଧିନସ୍ଥକୁ ନେବାରେ ମୋର କୌଣସି ଅସୁବିଧା ନାହିଁ । ପ୍ରଣବ ବଳବନ୍ତରାୟଙ୍କୁ ରାଜନୀତିକୁ ନେଇ ଫସାଇବା ପାଇଁ ଏହା ଏକ ସଡଯନ୍ତ୍ର ଥିଲା ବୋଲି ସେ କହିଥିଲେ ଓ ନିଜ ନାମରେ ଯେଉଁ ମିଥ୍ୟା ଅଭିଯୋଗ ହୋଇଅଛି ତାକୁ ପ୍ରମାଣିତ କରିବାପାଇଁ ଯାହା କହିଛନ୍ତି ତାହା ଆପଣଙ୍କ ପାଖରେ ସଲଗ୍ନ କରୁଅଛି ।

(ରିପୋର୍ଟ- ଅକ୍ଷୟ ରାଉତ।)

Leave A Reply

Your email address will not be published.