ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଦାୟିତ୍ୱ ଜନପ୍ରତିନିଧିଙ୍କର- ମନ୍ତ୍ରୀ ।

0 195

କୋଦଳା,୨୦/୦୮(ପିପିଟି):ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ବେଗୁନିଆପଡା ବ୍ଲକ ବୁରୁଝରୀ ସ୍ଥିତ ସନିଦେବଙ୍କ ମନ୍ଦିର ନିକଟରେ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ରବିବାର ଦିନ ରାଜ୍ୟ ପଞ୍ଚାୟତ ଓ ପାନୀୟ ଜଳ, ଜଙ୍ଗଲ ସୁରକ୍ଷା ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ଅମାତ ରବିବାର ଦିନ ବେଗୁନିଆପଡା ବ୍ଲକ ଗସ୍ତ କରିଛନ୍ତି । ଏହି ଅବସରରେ ସେ ଉକ୍ତ ସ୍ଥାନ ପରିଦର୍ଶନ କରି ଥିଲେ । ସାଧାରଣ ଜନତାଙ୍କ ଅଭିଯୋଗ କିପରି ସୁରୁଖୁରୁରେ ପହଞ୍ଚି ପାରିବ ସେ ଉପରେ ଆଲୋଚନା କରିଥିଲେ । ଏହା ପରେ ବ୍ଲକ ସଭା ଗୃହରେ ଏକ ଆଲୋଚନା ଶିବିର ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ସମସ୍ତ ଯୋଜନା ଯଥା ମହିଳା ସଶକ୍ତିକରଣ, 5t ସ୍ମାର୍ଟ ସ୍କୁଲ, ପାନୀୟ ଜଳ ଯୋଗାଣ,ଜଳ ସେଚନ ଆଦି ଯୋଜନାର ସୁଫଳ ଯେପରି ସାଧାରଣ ଜନତା ନିକଟରେ ପହଞ୍ଚି ପାରିବ ସେଥିପ୍ରତି ଜନପ୍ରତିନିଧି ସଚେତନ ରହିବା ଆବଶ୍ୟକ ବୋଲି କହିଥିଲେ । ଝର ନଈ ଠାରେ ପାର୍କ ନିର୍ମାଣ ସହ ପରିବେଶ ସୌନ୍ଦର୍ଯ୍ୟ କରଣ,ଶାଳିଆ ଡ୍ୟାମ କେନାଲକୁ ଘଡକା ଘାଇ ପର୍ଯ୍ୟନ୍ତ ସମ୍ପ୍ରସାରଣ, ଶାଳିଆ ଡ୍ୟାମର ଉର୍ନ୍ନତିକରଣ ପାଇଁ ଜନପ୍ରତିନିଧି ମାନେ ଅନୁରୋଧ କରିଥିଲେ । ଏହାକୁ ପୂରଣ କରିବା ପାଇଁ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଥିଲେ । ଏହିସମୟ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବିଡ଼ିଓ ପ୍ରଜ୍ଞା ପ୍ରିୟ ଦର୍ଶିନୀ, ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ବିଜେଡି ନେତା ଦୁର୍ଯ୍ୟୋଧନ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲଙ୍କ ସମେତ ବହୁ ଜନପ୍ରତିନିଧି, ସରକାରୀ କର୍ମଚାରୀ ଓ ମହିଳା ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.