ସମ୍ଭାବ୍ୟ ବାତ୍ୟା “ଦାନା”ର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ।

0 264

ଯାଜପୁର,୨୨/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା “ଦାନା”ର ମୁକାବିଲା ପାଇଁ ଆଜି ସକାଳ ୧୧ ଘଟିକା ସମୟରେ ରସୁଲପୁର ବ୍ଲକ୍ ସମ୍ମିଳନୀ କକ୍ଷ, ଦିନ ୧୨ ଘଟିକା ସମୟରେ କୋରେଇ ବ୍ଲକ୍ ସମ୍ମିଳନୀ କକ୍ଷ ଓ ଅପରାହ୍ନ ୪ ଘଟିକା ସମୟରେ ବ୍ୟାସନଗର ପୌରପରିଷଦ କେ.ଏନ୍‌.ଡି.ଏ. ଅଫିସ୍ ସମ୍ମିଳନୀ କକ୍ଷରେ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । କୋରେଇର ମାନ୍ୟବର ବିଧାୟକ ଆକାଶ ଦାସନାୟକ ସମସ୍ତ ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ବାତ୍ୟାକୁ କିପରି ମୁକାବିଲା କରାଯାଇପାରିବ ସେହି ବିଷୟରେ ଆଲୋଚନା କରିବା ସହିତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଓ ଅନେକ ସ୍କୁଲ ଗୃହରେ ତଳିଆ ଅଞ୍ଚଳ ଲୋକମାନଙ୍କୁ ଆଶ୍ରୟ ପାଇଁ ସ୍ଥାନାନ୍ତର କରିବାପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲରେ ଯେଉଁ ଲୋକମାନେ ରହିବେ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ଡାକ୍ତରଖାନାରେ ଆସନ୍ନ ପ୍ରସୂତି ମହିଳାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଣି ଡାକ୍ତରଖାନାରେ ରଖିବା ସହ ସାପ କାମୁଡା ଇଂଜେକସନ୍ ଓ ହାଲୋଜିନ୍ ବଟିକା ବହୁ ପରିମାଣରେ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ମହଜୁଦ୍ କରି ରଖିବା ପାଇଁ ଯୋଗାଣ ବିଭାଗକୁ ଶ୍ରୀ ଦାସନାୟକ ନିର୍ଦ୍ଦେଶ ଦେଇଥିଲେ । ଟ୍ୟାଙ୍କର୍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ପାଇଁ ସଚେତନତା କରାଇବା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯାଇ ଲୋକମାନଙ୍କୁ ଅବଗତ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ସରକାରୀ ଅଫିସର ଓ କର୍ମଚାରୀମାନେ ହେଡ୍‌କ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ୍ ଓ ପୌରପରିଷଦରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ରସୁଲପୁର ବ୍ଲକ୍ ବିଡିଓ, ତହସିଲଦାର,କୁଆଖିଆ ଥାନା ଅଧିକାରୀ,କୋରେଇ ବ୍ଲକ୍ ବିଡିଓ, ବ୍ୟାସନଗର ତହସିଲଦାର,କୋରେଇ ଥାନା ଅଧିକାରୀ,ବ୍ୟାସନଗର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ,କଳିଙ୍ଗନଗର ଅତିରିକ୍ତ ଜିଲ୍ଲପାଳ,ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀ, ସମସ୍ତ ଜନପ୍ରତିନିଧି ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

(ରିପୋର୍ଟ-ଅକ୍ଷୟ କୁମାର ରାଉତ।)

Leave A Reply

Your email address will not be published.