ସମ୍ବଲପୁର କୁ ହରାଇ ଭଞ୍ଜନଗର ମରାଠା ଏକାଦଶ ୨-୧ରେ ବିଜୟୀ ।

0 263

ଭଞ୍ଜନଗର, ୨୭/୧୧(ପିପିଟି ):ଭଞ୍ଜ ଟ୍ରଫି-୨୦୨୫ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ସମ୍ବଲପୁର ସହ ଭଞ୍ଜନଗର ମରାଠା ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଉଭୟ ଟିମ୍ ସଂଘର୍ଷପୂର୍ଣ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଖେଳର ଦ୍ବିତୀୟାର୍ଦ୍ଧରେ ଭଞ୍ଜନଗର ମରାଠା ଏକାଦଶ ଲଗାତାର ଭାବେ ୨ଟି ଗୋଲ ସ୍କୋର କରିଥିବା ବେଳେ ସମ୍ବଲପୁର ଦଳ କେବଳ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା।ସ୍କୋର ୨-୧ରେ ଭଞ୍ଜନଗର ଟିମ୍ ବିଜୟୀ ହୋଇଛି।ଆଜିର ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ୮ମ ଆଇଆରବିଏନର କମାଣ୍ଡାଣ୍ଟ ସୁଧାକର ମିଶ୍ର,ସମ୍ମାନିତ ଅତିଥି ରୂପେ ଜଳସମ୍ପଦ ବିଭାଗ ଏସଇ ସଞ୍ଜୟ କୁମାର ପ୍ରଧାନ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର ଯୋଗ ଦେଇଥିଲେ।ଆଜିର ମ୍ୟାଚ୍‌ ରେ ରେଫରୀ ଶିବ ଶଙ୍କର ପଣ୍ଡାଙ୍କୁ ଦିଲୀପ କୁମାର ରାଉତ, ରୋସନ ଖାନ୍, ଦେବବ୍ରତ ବେହେରା, ମ୍ୟାଚ୍‌ କମିଶନର ପି. ରମେଶ ସହଯୋଗ କରିଥିଲେ।ସୁଶାନ୍ତ କୁମାର ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ।ଆସନ୍ତା କାଲି ଫୁଲବାଣୀ ସହ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.