ମୁଁ ତ ମାଗିନି ଆକାଶର ଚାନ୍ଦ
ରଜତ-ଜ୍ୟୋସ୍ନା-ହସ…..
ଯାଚି ଦେଇଗଲ ମୁଠାଏ ମମତା
ସ୍ମୃତି ଫଗୁଣର ରସ….!!
ସମ୍ପର୍କ ଯେଉଁଠି ବିନ୍ଦୁଏ ନଥିଲା
ଅମୃତ ବରଷି ଗଲା….
ସବୁ ଋତୁ ଏବେ ବସନ୍ତ ମଳୟ
ଫୁଲ ଫୁଟି ଚହଟିଲା…!!
ଆଖିରେ ନଥିଲା ଚେନାଏ ସପନ
ଏବେ ଯେ ସପନ ବେଶି….
ଅସୀମ ସପନେ ମଗ୍ନ-ମାନସ
ଛୋଟ ପଡ଼ିଯାଏ ନିଶି…!!
ଖୋଲା ଆକାଶଟା ଆପଣର ଲାଗେ
ତାରା ଭରା ଜହ୍ନ ରାତି…
ତୁମ ବିରହରେ ପ୍ରୀତି ଝଡ଼ ବହେ
ଉତ୍ତାଳ ତରଙ୍ଗ ଛାତି…..!!
ଅପେକ୍ଷା ହେଲାଣି ଯନ୍ତ୍ରଣା ଦାୟକ
ଚୁମ୍ବକିତ ମନ ପ୍ରାଣ…
ବାହୁ ବନ୍ଧନରେ ବାନ୍ଧିବାକୁ ଇଛା
ନକର ବାରଣ ଧନ…!!
(କବି କେଶବ ଚନ୍ଦ୍ର ନାୟକ) ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭
Prev Post