ସମ୍ପତ୍ତି ବ୍ୟାଜ୍ୟାପ୍ତି କରି ନପାରି ଫେରିଗଲା କୋର୍ଟ ।

0 260

ବୁର୍ଲା,୦୪/୦୪: ବୁର୍ଲା ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଓ ଅବବାହିକା ପରିଚାଳକ ବୁର୍ଲା ଙ୍କ କାର୍ଯ୍ୟାଳୟକୁ ମାନ୍ୟବର ସିଭିଲ କୋର୍ଟର ଛାଟ। ୨୦୦୦ ମସିହାରେ ମହାନଦୀ କୂଳରେ ନିର୍ମାଣ ହୋଇଥିବା ରିଂରୋଡ ର କାର୍ଯ୍ୟର ଟଙ୍କା ନିର୍ମାଣ ସଂସ୍ଥାକୁ ବିଭାଗ ଦେଇ ନଥିଲା। ଯାହା ଫଳରେ ଠିକା ସଂସ୍ଥା ବାଧ୍ୟ ହୋଇ ମାନ୍ୟବର କୋର୍ଟର ଦ୍ବାରସ୍ଥ ହୋଇଥିଲେ। ୨୦୧୪ ମସିହାରେ ଠିକାସଂସ୍ଥାକୁ ସମସ୍ତ ଟଙ୍କା ସୁଧ ସହ ଫେରସ୍ତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଜଳ ସମ୍ପଦ ବିଭାଗ ୨୦୨୪ ପର୍ଯ୍ୟନ୍ତ କୌଣସି ଟଙ୍କା ପୈଠ କରି ନଥିଲା। ତେବେ ଆଜି ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ନିର୍ଦ୍ଦେଶନାମା ଧରି ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମ୍ପତି ସିଜ କରିବା ପାଇଁ ପହଞ୍ଚିଛନ୍ତି। ତେବେ କୋର୍ଟ କର୍ମଚାରୀ ମାନେ ଏଠାରେ ପହଞ୍ଚିବା ପରେ ସେମାନେ ଦେଖିବାକୁ ପାଇଥିଲେ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହେବା ସହ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୌଣସି ଆସବାବ ପତ୍ର ନଥିଲା। ମୁଖ୍ୟ ଯନ୍ତ୍ରୀ କହିଥିଲେ ୨୦୨୧ ରୁ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହୋଇ ସାରିଛି। ସେପଟେ କୋର୍ଟ କର୍ମଚାରୀ ମାନେ ପରବର୍ତ୍ତୀ ସମୟରେ ଏନେଇ କୋର୍ଟଙ୍କୁ ଆସନ୍ତା ଏପ୍ରିଲ ୭ ତାରିଖରେ ଅବଗତ କରାଇବେ।

Leave A Reply

Your email address will not be published.