ତୁମ କାଗଜ ଟୁକୁଡାରେ
ନାହିଁ ମୋର ସମ୍ମାନ
ନାହିଁ ତୁମ ଫୁଲ ତୋଡା
ଅବା ଖଣ୍ଡେ ଗାମୁଛାରେ
କବି ମୁଁ ଏ ସମାଜର
ଏ ଧରିତ୍ରୀର
ମୋ ସୃଷ୍ଟି ଅନବଦ୍ୟ
ରହିବ ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏଁ…..!!
ଏବେ “ମାନପତ୍ର” କିଣା ଯାଏ ଟଙ୍କାରେ
“ପୁରସ୍କାର” ମିଳେ ଖୋସାମଦରେ
“ଅତିଥି” ଆସନ ପାଇଁ
ଭିତରେ ହୁଏ ବୁଝାମଣା
କିଛି ହାତ ଗୁଞ୍ଜାରେ….!!
ଅଜ୍ଞାନୀମାନେ ବସନ୍ତି ଅତିଥି ଆସନରେ
ଭାଷଣ ଦିଅନ୍ତି -” ପଢି କାଗଜ ” ଖଣ୍ଡିରେ
ପଣ୍ଡିତେ ମାରନ୍ତି ତାଳି ଆକ୍ରୋଶରେ
ବସି ମଞ୍ଚ ସମ୍ମୁଖରେ….
ବ୍ୟବସ୍ଥାକୁ ଦେଖି
ତାତ୍ସଲ୍ୟ କରନ୍ତି ଲୋକେ :-
ବାଟ-ହାଟ-ଘାଟରେ….!!
ସବୁଠି ବ୍ୟତିକ୍ରମ
ସଭା- ସମିତି- ଉତ୍ସବରେ
ପଣ୍ଡିତ ମଉନ ଆଜି
ଦେଖି : ପକ୍ଷପାତ ନୀତିରେ
କିଏ ବର୍ଜନ କରେ ଆତ୍ମା ସମ୍ମାନରେ
ଆଉ କିଛି ନିର୍ଲଜ
ବସି ରହନ୍ତି: ପେଟ ପୂଜା ଲୋଭରେ…!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)