ସମାଜ ସେବୀ ତପନ କୁମାର ସାନାଙ୍କୁ ଡକ୍ଟରେଟ୍ ଉପାଧି ।

0 61

ମାଲକାନଗିରି ,୨୯/୦୪(ପିପିଟି) : ମାଲକାନଗିରି ଜିଲ୍ଲାର ବିଶିଷ୍ଠ ସମାଜ ସେବୀ ତଥା ବରିଷ୍ଠ ନାଗରିକ ତପନ କୁମାର ସାନାଙ୍କୁ ଆମେରିକାର ମେରିଲ୍ଯାଣ୍ଡ ଷ୍ଟେଟ ୟୁନିଭର୍ସିଟି ପକ୍ଷରୁ ହନୋରାରୀ ଡକ୍ଟରେଟ୍ ଉପାଧି ଦ୍ବାରା ସମ୍ମାନିତ କରାଯାଇଛି । ଶ୍ରୀ ସାନାଙ୍କୁ କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ସମ୍ମାନ ଜନକ ଡକ୍ଟରେଟ୍ ଅଫ ଫିଲୋସୋଫି ଡିଗ୍ରୀ ଉପାଧି ଦ୍ବାରା ସମ୍ମାନିତ କରା ଯାଇଛି । ଗତ ବୁଧବାର ୨୮ ଏପ୍ରିଲ ୨୦୧୪ ରେ ଉତ୍ତର ପ୍ରଦେଶ ଗାଜିଆବାଦ ସ୍ଥିତ ଇନ୍ଦିରାପୁରମ ଠାରେ ମେରିଲ୍ଯାଣ୍ଡ ଷ୍ଟେଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସପ୍ତମ ଇଣ୍ଡିଆ ଇଣ୍ଟେଲେକ୍ଚୁଆଲ କନକ୍ଲେଭ କାର୍ଜ୍ଯକ୍ରମରେ ପୁର୍ବତନ ସାସଂଦ ପ୍ରଫେସର ଡକ୍ଟର ଅନୁପମ ହାଜରା, ଏଏଏଫଟି ବିଶ୍ବବିଦ୍ୟାଳୟର ଚାଂସେଲର ଡ. ସନ୍ଦିପ ମାରଓ୍ବାହ, ପଦ୍ମଶ୍ରୀ ଜିତେନ୍ଦ୍ର ସିଂ ଶଣ୍ଟି, ଦିଲ୍ଲି ପୁଲିସ ଟ୍ରେଣିଂ ଏକାଡେମିର ଉପନିର୍ଦ୍ଦେଶକ ଜୀତେନ୍ଦ ମଣି (ଏଅପିଏସ), ବଲିଉଡ୍ ଅଭିନେତ୍ରୀ ସିମରନ୍ ଆହୁଜା, ୟୁଏଇରୁ ଆସିଥିବା ଟୋଲର ଏଲିଜାବେଥ୍ ପ୍ରମୁଖ ଶ୍ରୀ ସାନାଙ୍କୁ ଏହି ଡିଗ୍ରୀ ପ୍ରଦାନ କରିବା ସହ ସପଥ ପାଠ କରାଇ ଥିଲେ । ଶ୍ରୀ ସାନାଙ୍କ ସମେତ ସମେତ ଦେଶ ବିଭିନ୍ମ ପ୍ରାନ୍ତର ୫୦ରୁ ଉର୍ଦ୍ଧ ବିଶିଷ୍ଟ ବ୍ଯକ୍ତିଙ୍କୁ ଭିନ୍ନ ଭିନ୍ନ ବର୍ଗରେ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଇଛନ୍ତି । ତେବେ ଶ୍ରୀ ସାନା ୧୯୯୦ ମସିହା ଠାରୁ ଏକ ଫ୍ଯାବ୍ରକିକେଶନ୍ କାରଖାନା ଚଲାଇ ଆସୁ ଥିବା ସହ ସମାଜ ସେବା ଓ ଧାର୍ମିକ ଓ ରାଜନୈତିକ କ୍ଷେତ୍ରରେ ମଧ୍ଯ ତାଙ୍କର ବେଶ ସୁନାମ ରହିଛି । ଶ୍ରୀ ସାନାଙ୍କୁ ଏହି ଡକ୍ଟରେଟ ଉପାଧି ଦ୍ବାରା ସମ୍ମାନିତ କରା ଯିବା ପରେ ତାଙ୍କ ବନ୍ଧୁ ବାନ୍ଧବ ଓ ପ୍ରଶଂସକଙ୍କ ମଧ୍ଯରେ ଖୁସି ର ଲହରୀ ଖେଳିଯାଇଥିବା ସହ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.