ସମାଜସେବୀ ଟୁନା ପ୍ରଧାନଙ୍କ ପରଲୋକ ।

0 204

ଭଞ୍ଜନଗର ୨୩/୦୨(ପିପିଟି):ଭଞ୍ଜନଗର ନିକଟ ବାଉଁଶ ଲୁଣ୍ଡି ଗ୍ରାମର ଶଙ୍କର୍ଷଣ ପ୍ରଧାନ(ଟୁନା) ଙ୍କ ୫୯ବର୍ଷ ବୟସରେ ବିୟୋଗ ହୋଇଛି।ଗତ ରାତିରେ ହଠାତ ତାଙ୍କର ହୃଦ ଘାତ ହୋଇଥିଲା।ମୃତ୍ୟୁ ଖବର ଶୁଣିବା ପରେ ବାଉଁଶ ଲୁଣ୍ଡି ଅଂଚଳରେ ଶୋକର ଛାୟା ଖେଳି ଯାଇଛି ଓ ତାଙ୍କର ଶେଷ ଦର୍ଶନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ଜମିଥିଲା।ସୂଚନାଯୋଗ୍ୟ ଟୁନା ପ୍ରଧାନ ଜଣେ ଧର୍ମ ପରାୟଣ ବ୍ୟକ୍ତି ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ । ସେ ଏକାଧାରାରେ ଜଣେ ମିଷ୍ଠଭାଷୀ, ପରୋପକାରୀ ଏବଂ ଜଣେ ସୁଦକ୍ଷ ବକ୍ତା ଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକ ମାତ୍ର ପୁଅ ଓ ପରିବାର ର ବହୁ ସଦସ୍ୟ ଉପସ୍ଥିତ ଥିଲେ।ମୃତ୍ୟୁ ଖବର ପାଇବା ପରେ ଭଞ୍ଜନଗର ତଥା ବାଉଁଶ ଲୁଣ୍ଡି ଗ୍ରାମର ପ୍ରମୁଖ ମୁଖ୍ୟ ବ୍ୟକ୍ତିମାନେ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେଇଥିଲେ।ବାଉଁଶ ଲୁଣ୍ଡି ଗ୍ରାମ କୁର୍ମୀ କ୍ଷତ୍ରିୟ ସମାଜର ସଭାପତି, ନଦିଆ ସଙ୍ଘ, ରାଧା କୃଷ୍ଣ ପାଠାଗାର, ରାଧା କୃଷ୍ଣ ମନ୍ଦିର ପରିଚାଳନା କମିଟି,ବାଉଁଶ ଲୁଣ୍ଡି ଠାକୁରାଣୀ ଯାତ୍ରା କମିଟିର ସକ୍ରିୟ ସଭ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ।ଆଜି ତାଙ୍କର ମର ଶରୀରକୁ ପଟୁଆର ରେ ଗ୍ରାମ ପରିକ୍ରମା କରାଯିବା ପରେ ପରିବାର ପକ୍ଷରୁ ପୁରୀ ସ୍ୱର୍ଗ ଦ୍ୱାରା ରେ ଶେଷ କୃତ ସମ୍ପନ୍ନ କରାଯାଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.