ଖୋର୍ଦ୍ଧା, ୦୯/୦୨ (ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ସାଗର ଗାଁ ଞ୍ଚାୟତର ପାଟବନ୍ଧ ସ୍ଥିତ ବହୁ ପୁରାତନ ପ୍ରସିଦ୍ଧ ମା ବୁଢ଼ିଦେଇ ପୀଠ ଯାହାକି ସିଂହନାଦ ପାଦ ଦେଶରେ ଅବସ୍ଥିତ। ଏହା ପିକିନିକି ର ମୁଖ୍ୟ ସ୍ଥଳୀ ପାଲଟିଛି। ଏହି ପୀଠଟି ଜାତୀୟ ରାଜପଥ ୫୭ ରାଜସୁନାଖଳା ଠାରୁ ୧୦କିମି ଦୂରରେ ଅବସ୍ଥିତ। ଏହି ପୀଠକୁ ଲାଗି ସିଂହନାଦ ଡ୍ୟାମ୍ ଅବସ୍ଥିତ,ଯାହାଫଳରେ ଏଠାକୁ ସାରା ବର୍ଷ ବହୁ ପର୍ଯ୍ୟଟକ ପିକିନିକି କରିବାପାଇଁ ଆସିଥାନ୍ତି। ଏବଂ ସିଂହନାଦ ପାହାଡ଼ ଉପରେ କୃଷ୍ନେଶ୍ୱର ମହାଦେବ ପୂଜା ପାଉଛନ୍ତି। ଯାହାକି ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ପର୍ଯ୍ୟଟକମାନେ ଏବଂ ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ଯଦି ଏହି ସ୍ଥାନକୁ ସରକାରଙ୍କ ତରଫରୁ ବିକାଶ ପାଇଁ ଅନୁଦାନ ଆବଶ୍ୟ କରିଛନ୍ତି।ମା ଙ୍କ ଆସ୍ଥାନ ଓ ମନ୍ଦିର ଉଚ୍ଚକୁଟିର ନିର୍ମାଣ ପାଇଁ ଅର୍ଥ ଅନୁଦାନ ମଞ୍ଜୁର।, ପର୍ଯ୍ୟଟକଙ୍କ ଗମନା ଗମନ ପାଇଁ ରାସ୍ତା ନିର୍ମାଣ ସହ ସୌନ୍ଦର୍ଯ୍ୟ କରଣ ଓ ଆଲୋକି କରଣ , ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରାସ୍ତା କଡ଼ରେ ବିଭାଜନ ହେଉଥିବା ମୁଖ୍ୟ ପ୍ରବେଶ ଦ୍ଵାର ରେ ସୌନ୍ଦର୍ଯ୍ୟ କାରଣ ଓ ପୀଠର ନାମକରଣ ଗେଟ୍ ନିର୍ମାଣ ।,ମାଙ୍କ ପୀଠ ନିକଟରେ ବହୁ ପର୍ଯ୍ୟଟକଙ୍କ ପାଇଁ ପାର୍କୀଙ୍ଗ ବ୍ୟବସ୍ଥା,ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଶୌଚାଳୟ ସହ ରହଣି ପାଇଁ ବିଳାସପୂର୍ଣ୍ଣ କଟ୍ରେଜ ଜରୁରୀ। , ମାଙ୍କ ପୀଠରେ ବହୁ ସଂଖ୍ୟାରେ ବିବାହ , ବ୍ରତପୟୋନ , ମେଳା ମହୋତ୍ସବ ପାଇଁ କଲ୍ୟାଣ ମଣ୍ଡପ ସହ ପିକିନିକ ର ସୁବିଧା ପାଇଁ ଅର୍ଥ ମଞ୍ଜୁର, ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ପାର୍କ , ଚିଲଡ୍ରେନ ପାର୍କ ଓ ୱାଟର ପାର୍କ ର ମଞ୍ଜୁର ।,ପ୍ରାକୃତିକ ଭରା ପାହାଡ଼ ପର୍ବତ ରେ କୃତିମ ଝରଣା ସହ ସ୍ଵନ୍ଦର୍ଯ୍ୟ କରଣ। ,ମନ୍ଦିର ନିକଟରେ ଥିବା ପୁରାତନ ଦ୍ୟାମ ପୂର୍ଣୁଦ୍ଧାର ସହ ସୌନ୍ଦର୍ଯ୍ୟ କରଣ ।,ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ମନ୍ଦିର ପରିସରରେ ମାର୍କେଟ କମ୍ପ୍ଲେକ୍ସ ।,ମନ୍ଦିର ପରିସର ସୁରକ୍ଷା ନିମନ୍ତେ ଚତ୍ରୁପାର୍ଶ୍ଵରେ ପାଚେରୀ ନିର୍ମାଣ ବ୍ୟବସ୍ଥା। , ମନ୍ଦିର ପରିସର ରାସ୍ତା , ଆଲୋକିକରଣ , ପାନୀୟଜଳ ବ୍ୟବସ୍ଥା , ଜଳ ନିଷ୍କାସନ ସହିତ ମୌଳିକ ସୁବିଧା ର ବ୍ୟବସ୍ଥାକରଣ ର ଅନୁଦାନ ଆବସକ୍ୟ। ,ମା ବୁଢି ଦେଇ ଙ୍କ ଉନ୍ନତିକରଣ ପାଇଁ ଉତ୍ସରିଗିତ ଓ ନିୟୋଜିତ ହୋଇଥିବା ସରକାରୀ ଅନୁମୋଦିତ କାର୍ଯ୍ୟକାରୀ ସଂଗଠନ କାର୍ଯ୍ୟାଳୟ ପାଇଁ କାର୍ଯ୍ୟାଳୟ ଗୃହ ନିର୍ମାଣ ।,ବୁଢିଦେଇ ନିକଟରେ ଥିବା ସୀଙ୍ଘନାଦ ପାହାଡ ଉପରେ ଅବସ୍ଥିତ ସିଂହେଶ୍ଵର ମନ୍ଦିର ନିର୍ମାଣ ସହ ଉନ୍ନତି କରଣ ସହିତ ପକା ରାସ୍ତା , ପାନୀୟ ଜଳ ଯୋଗାଣ , ରହଣି ବ୍ୟବସ୍ଥା ଓ ଆଲୋକୀ କରଣ ହୋଇ ପାରନ୍ତା ତେବେ ଏହି ସ୍ଥାନ ଟି ଓଡ଼ିଶାର ଅନ୍ୟ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ହୋଇ ପାରନ୍ତା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।