ଛତ୍ରପୁର,୨୮/୦୯(ପିପିଟି): ସମଗ୍ର ଶିକ୍ଷା ଗଞ୍ଜାମ, ଛତ୍ରପୁର ଠାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ସର୍ଭିସ ଆକ୍ଟ ଉଲ୍ଲଘଂନ କରି ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଅଛନ୍ତି। ଅର୍ଥବଳ ଓ ପ୍ରଭାବରେ ନିଜର ପଦବୀ ଓ ଚୌକିକୁ ସୁରକ୍ଷିତ ରଖିଛନ୍ତି। ଅଧିକାରୀ ମାନେ ଦୀର୍ଘ ବର୍ଷ ଧରି ରହିଥିବାରୁ ଆର୍ଥିକ ଅନିୟମିତତା, ଦୁର୍ନୀତି ଓ ସ୍ବେଚ୍ଛାଚାରୀତା ବୃଦ୍ଧି ପାଇଛି। କିଛି ଅଧିକାରୀ ଜାଲ୍ ସାର୍ଟିଫିକେଟରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଅର୍ଥ ନେଇ ସେରକ୍ଷା ଦେଇ ଆସୁଥିବା କଥା ସବୁଠି ଚର୍ଚ୍ଚାର ହେଉଛି। ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ତୁରନ୍ତ ବଦଳି କରିବା ସହିତ ସେମାନଙ୍କ କାର୍ଯ୍ୟକଳା ମଧ୍ଯରେ ହୋଇଥିବା ଅନିୟମିତତାର ତଦନ୍ତ କରାଯାଉ ବୋଲି ସାମାଜିକ କର୍ମୀ ସମରଜିତ୍ ମହାନ୍ତି ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, କମିଶନର ତଥା ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମୁଖ୍ଯ ଶାସନ ସଚିବ ଓ ରାଜ୍ଯ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କୁ ଲିଖିତ ଅଭିଯୋଗ ପତ୍ର ପଠାଇଛନ୍ତି। ସମଗ୍ର ଶିକ୍ଷା ଗଞ୍ଜାମ ସୂଚନା ତଥ୍ଯ ଚିଠି ନମ୍ବର 1807/RTI/24, Date: 31/07/2024 ରୁ ଜଣାପଡିଛି ଯେ,୨୦୦୩ ରୁ ୫ଜଣ,୨୦୦୪ ରୁ ୨ଜଣ,୨୦୦୫ ରୁ ୩ଜଣ,୨୦୦୬ ରୁ ୬ଜଣ,୨୦୦୭ ରୁ ଜଣେ,୨୦୦୮ ରୁ ୩ଜଣ,୨୦୧୦ ରୁ ୨ଜଣ,୨୦୧୧ ରୁ ୩ଜଣ,୨୦୧୨ ରୁ ଜଣେ,୨୦୧୩ ରୁ ୨ଜଣ,୨୦୧୪ ରୁ ଜଣେ,୨୦୧୫ ରୁ ୩ଜଣ,୨୦୧୬ ରୁ ଜଣେ, ୨୦୧୭ ରୁ ୩ଜଣ,୨୦୧୮ ରୁ ଜଣେ,୨୦୨୦ ରୁ ଜଣେ,୨୦୨୩ ରୁ ଜଣେ,୨୦୨୪ ରୁ ୨ଜଣ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି।