ସବ୍ୟସାଚି ପ୍ରଧାନଙ୍କ ଦ୍ୱିତୀୟ ସଂସ୍କରଣ “ଆରମ୍ଭ” ପତ୍ରିକା ଉନ୍ମୋଚନ।

0 126

ପୋଲସରା ,୨୧/୦୮(ପିପିଟି) :ପୋଲସରା ବ୍ଲକ୍ କଳମ୍ବ ଗ୍ରାମସ୍ଥିତ ରାଜଶ୍ରୀ ବଳାସୀ ସେବାସଦନ ଠାରେ ଚଳିତ ବୁଧବାର ୨୦ ତାରିଖ ଦିନ ସବ୍ୟସାଚି ପ୍ରଧାନଙ୍କ ନିଜସ୍ଵ ସଂପାଦନାରେ “ଆରମ୍ଭ” ପତ୍ରିକାର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି।କାର୍ଯ୍ୟକ୍ରମରେ ବିଶିଷ୍ଠ ଶିକ୍ଷାବିତ୍ ତଥା ସୁସାହିତ୍ୟିକ କବି ବୃନ୍ଦାବନ ପ୍ରଧାନ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ ଶିଶୁ ସାହିତ୍ୟିକ ତ୍ରିନାଥ ପ୍ରଧାନ ସମ୍ମାନୀତ ଅତିଥିଭାବେ ପୂର୍ବତନ ସରପଞ୍ଚ କାଳୁ ଚରଣ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ପରେ ଅଧ୍ୟାପକ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ମ°ଚାସିନ ଅତିଥିବୃନ୍ଦଙ୍କ ସମେତ ଅନ୍ୟ ସମସ୍ତ ଅତିଥିମାନେ ଶିଶୁମାନଙ୍କ ଜ୍ଞାନର ବିକାଶ ପାଇଁ କେବଳ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କ ନିଜସ୍ଵ ସୃଜନଶୀଳତାକୁ ଏହି ପତ୍ରିକା ସ୍ଥାନ ଦେବାସହ ଓଡ଼ିଆ ଭାଷାକୁ ଯୋଡ଼ି ରଖିବାକୁ ସବ୍ୟସାଚୀ ପ୍ରଧାନଙ୍କ ମହତ୍ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ ଏଵଂ ଆଗକୁ ମଧ୍ୟ ଏଭଳୀ ପ୍ରୟାସ ଜାରି ରହିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଏହି ଅବସରରେ ୪୦ ଜଣ ଛାତ୍ରଛାତ୍ରୀଙ୍କ ନିଜସ୍ଵ ଲେଖାରେ ପରିପୂର୍ଣ୍ଣ “ଆରମ୍ଭ” ପତ୍ରିକା ଦ୍ୱିତୀୟ ସଂସ୍କରଣଟିକୁ ଅତିଥିବୃନ୍ଦଙ୍କ କରକମଳ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସନ୍ତୋଷ କୁମାର ସାହୁ, ନିଶିକାନ୍ତ ପ୍ରଧାନ,ତ୍ରିରଙ୍ଗା ପ୍ରଧାନ ,ସୁବୋଧ କୁମାର ସାହୁ,ସାଗର ଦାସ,ସମୀର କୁମାର ପ୍ରଧାନ ଏଵଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ,ଶିକ୍ଷୟତ୍ରୀ ଏଵଂ ଶିକ୍ଷାବିତ୍ ବ୍ୟକ୍ତିବୃନ୍ଦ ଉପସ୍ଥିତ ଥିଲେ। ପରେ ପ୍ରତ୍ୟେକ ପିଲାମାନଙ୍କୁ ପତ୍ରିକା ବଣ୍ଟନ କରାଯାଇଥିଲା। ଶେଷରେ କମ୍ପ୍ୟୁଟର ଶିକ୍ଷକ ସନ୍ତୋଷ କୁମାର ସାହୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ସହ କୃତଜ୍ଞତା ଜ୍ଞାପନ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.