ସପ୍ତମ ମଣ୍ଡଳ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ।

0 359

ବୋଲଗଡ଼,୧୨/୦୪(ପିପିଟ):ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରେଇଙ୍କ ନିର୍ଦ୍ଦେଶରେ ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ମାଧ୍ୟମିକ ବିଦ୍ୟାଳୟର ସପ୍ତମ ମାଧ୍ୟମିକ ଶିକ୍ଷକ ସମ୍ମିଳନୀ ଶୁକ୍ରବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ପୌରୋହିତ୍ୟରେ ବୋଲଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସମ୍ମିଳନୀରେ ସଂଯୋଜକ ପଦ୍ମ ଚରଣ ବେହେରା, ସହଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ନାଥ ସ୍ୱାଇଁ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ଅମିତା ମିଶ୍ର, ପେଡାଗୋଜି ସଂଯୋଜିକା ରାଜଶ୍ରୀ ପଟ୍ଟନାୟକ ଏବଂ ୨୭ ଜଣ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ପ୍ରଥମେ ସରକାରୀ ଉଚ୍ଚ ବିଦ୍ୟାଳୟ,ବୋଲଗଡ଼ର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞନସେନୀ ସାହୁ ସ୍ୱାଗତ ଭାଷଣ ଦେଇ ଆଲୋଚନା ହେବାକୁ ଥିବା ପ୍ରସଂଗ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ. ବରିଷ୍ଠ ଶିକ୍ଷୟିତ୍ରୀ ମୀରାମଞ୍ଜରୀ ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ଗୁରୁବନ୍ଦନା ଛାତ୍ରୀମାନେ ଗାନ କରିଥିଲେ ।ତାପରେ ସଂଯୋଜକ ଶ୍ରୀ ବେହେରା ପୂର୍ବ ବୈଠକର ବିବରଣୀ ପଠନ କରିଥଲେ। ବୈଠକରେ ଛାତ୍ର ଉପସ୍ଥାନ ଖାତାରେ ତଥ୍ୟ ଲିଖନ,ଶିକ୍ଷକମାନଙ୍କ ଦ୍ୱାରା ଲେସନ ନୋଟ ଲିଖନ, ଆସନ୍ତା ଗ୍ରୀଷ୍ମ ଅବକାଶରେ ରୋଷ୍ଟର ଡ୍ୟୁଟି, ବିଦ୍ୟାଳୟର ଉପକରଣ ଓ କୋଠରୀର ସୁରକ୍ଷା,ବିଦ୍ୟାର୍ଥୀମାନଙ୍କୁ ଅନଲାଇନ ପଦ୍ଧତିରେ ଶିକ୍ଷାଦାନ, ହାଉସ ସିଷ୍ଟମ, ଚାରି କ୍ଲବ, ପ୍ରଥମ ଶ୍ରେଣୀରେ ନାମଲେଖା ବୟସ ସୀମା, ମାଗଣା ପୁସ୍ତକ ବ୍ୟାଙ୍କ ଗଠନ, ୟୁଡାଇସ ପ୍ଲସ କାର୍ଯ୍ୟସମ୍ପାଦନ, ବିଦ୍ୟାର୍ଥୀ ଉପସ୍ଥାନ ଶତପ୍ରତିଶତ କରିବା ଉପାୟ ଆଦି ସମ୍ପର୍କରେ ଆଲୋଚିତ ହୋଇଥିଲା।ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଏସସି ଓ ଏସ୍ଟି ବିଦ୍ୟାର୍ଥୀଙ୍କୁଶିକ୍ଷାବର୍ଷର ପ୍ରାରମ୍ଭରେ ସରକାରୀ ପାଠ୍ୟ ପୁସ୍ତକ ଯୋଗାଇବା ନିମିତ୍ତ ସମ୍ପୃକ୍ତ ଉଚ୍ଚ ପଦାଧିକାରୀଙ୍କୁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଗଲା। ଜିଲ୍ଲା ସ୍ତରକୁ ପ୍ରେରଣାଉତ୍ସବ ପ୍ରତିଯୋଗିତା ନିମନ୍ତେ ବିଭିନ୍ନକ୍ଷେତ୍ରରେ ସଫଳତା ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କ ପ୍ରମାଣ ପତ୍ରକୁ ଆଧାର କରି ଜଣେ ଛାତ୍ର ଓ ଜଣେ ଛାତ୍ରୀ ଚୟନ କରିବାପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବଳବନ୍ତରାୟ, ସଂଯୋଜକ ଶ୍ରୀ ବେହେରା, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁ, ସହଗୋଷ୍ଠୀ ଶିକ୍ଷାଧିକାରିଣୀ ଶ୍ରୀମତୀ ମିଶ୍ର, ପ୍ରଧାନ ଶିକ୍ଷକ ବଦ୍ରୁ ହାସନ ଖାଁ, ହରିବନ୍ଧୁ ତ୍ରିପାଠୀ ଓ ପ୍ରମୋଦ କୁମାର ସ୍ୱାଇଁଙ୍କୁ ନେଇ ଏକ କମିଟି ଗଠନ କରାଗଲା।ବୈଠକର ସଫଳ ରୂପାୟନ ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ, ବୋଲଗଡର ସମସ୍ତଶି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମୀ ସହଯୋଗ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.