ସପ୍ତମ ଦିନରେ ପହଞ୍ଚିଲା ଅଧ୍ୟାପକ ଓ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ।

0 158

ଚାନ୍ଦବାଲି,୨୫/୦୮:ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ, କର୍ମଚାରୀ ସଙ୍ଘର ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ମହାବିଦ୍ୟାଳୟ ଗୁଡିକରେ ସଙ୍ଘ ସଭାପତି ବିଶ୍ୱରଂଜନ ଦାସଙ୍କ ନେତୃତ୍ୱରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିଆଯାଇଥିବା କଲମ ଛାଡ଼ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି। ଏହି ପରିପେକ୍ଷୀରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରଖିଛନ୍ତି। ୭ ଦିନ ହେଲାଣି କଲମ ଛାଡ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଧାରଣା ରେ ବସିରହିଛନ୍ତି ଆନ୍ଦୋଳନକାରୀ ଅଧ୍ୟାପକ ଓ ଅଧ୍ୟାପିକା। ଫଳରେ ମହାବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ଅନ୍ୟାନ୍ୟ ଅଫିସ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ ଭାବେ ଠପ।ଆନ୍ଦୋଳନରତ କର୍ମଚାରୀଙ୍କୁ ସମର୍ଥନ ଜଣାଇ ବର୍ଷାରେ ଧାରଣାସ୍ଥଳରେ ସୋମବାର ପହଞ୍ଚିଥିଲେ ଚାନ୍ଦବାଲି ଏନ୍ଏସି ଅଧକ୍ଷା ଶାନ୍ତିଲତା ସେଠୀ । ଶ୍ରୀମତୀ ସେଠୀ ଆନ୍ଦୋଳନରେ ବସିବା ସହ ଆନ୍ଦୋଳନରେ ବସିଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସହ ଏ ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ନେଇ ପ୍ରକାଶ କରିଥିଲେ। ଆଉ ମଧ୍ୟ୍ୟ କହିଥିଲେ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ୨୦୦୮ରୁ ୨୦୧୮ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଦାନ ଦାବିରେ ଆନ୍ଦୋଳନ ରେ ବସିଛନ୍ତି ଏଥି ପ୍ରତି ତୁରନ୍ତ ସରକାର ଧ୍ୟାନ ଦେବା ଦରକାର।ନ ହେଲେ ଶିକ୍ଷାଦାନ ସହିତ ଅନ୍ୟାନ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେବେ ଏ ବାବଦରେ ମହାବିଦ୍ୟାଳୟ ଅଧକ୍ଷଙ୍କ ସହ ଯୋଗାଯୋଗ କରିବାରୁ ୪୦ ରୁ ଉର୍ଦ୍ଧ୍ବ କର୍ମଚାରୀ ଏକକାଳୀନ ଆନ୍ଦୋଳନ ରେ ବସିବା ଫଳରେ ମହାବିଦ୍ୟାଳୟ ପରିଚାଳନାରେ ସମସ୍ୟା ସୃଷ୍ଟି ହେବା ଏବଂ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ ରେ ବ୍ୟାଘାତ ହେଉଥିବା ପ୍ରକାଶ କରିଛନ୍ତି । ତୁରନ୍ତ ସରକାର କର୍ମଚାରୀ ମାନଙ୍କ ଦାବୀ ଗୁଡିକୁ ବିଚାରକୁ ନେବା ସହ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ଅଧକ୍ଷ ସଂଜୀବ କୁମାର ବେହୁରା। ଏଥିରେ ଉପସ୍ଥିତ ଥିଲେ ସତ୍ୟପ୍ରକାଶ ବେହେରା, ଦେବାଶିଷ ମହାନ୍ତି, ହେମନ୍ତ କୁମାର ସାହୁ, ସୁଜିତ କୁମାର ଖୁଣ୍ଟିଆ, ରାଜେଶ ସାହୁ, ରତି ରଞ୍ଜନ ସାହୁ, ବିଭୁତି ଭୂଷଣ ସାହୁ, ବିକ୍ରମ ପ୍ରଧାନ, ବସନ୍ତ ଦାସ, ସେକ ରହିମୁଦ୍ଦିନ, ପ୍ରଭାତୀ ବାରିକ, ପ୍ରିୟଙ୍କା ବାରିକ, ଜ୍ୟୋସ୍ନାରାଣୀ ଦାସ, ସବିତା ପରିଡା, ଲଳିତା ମଲ୍ଲିକ, ସାବିତ୍ରୀ ନାୟକ,ଚିନ୍ମୟ ସାହୁ,ପ୍ରଦୀପ ମଲ୍ଲିକ, ଜିତେନ୍ଦ୍ର ସାହୁ, ଅରୋଶିଷ କୁଆଁର, ବିଜୟିନୀ ପାଣି,ସାଗରିକ ବେହେରା,ଝରଣା ରାଣୀ ମଣ୍ଡଳ ଓ ହେମା ବାରାଇ।

Leave A Reply

Your email address will not be published.