ସତ୍ୟବାଦୀ ଜୁନିୟର କଲେଜରେ ଯୁବ ରେଡକ୍ରସର ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି ।

0 108

ସୁବର୍ଣ୍ଣପୁର ,୦୮/୧୦(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାପଥର ଠାରେ ରେଡ୍ କ୍ରସ୍ ର ପ୍ରବେଶ ଉତ୍ସବ ଆୟୋଯିତ ହେଇଯାଇଛି । ଜିଲ୍ଲା ରେଡକ୍ରସ କାର୍ଯ୍ୟକାରୀ କମିଟିର ସଭ୍ୟ ତଥା ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରେଡ୍ କ୍ରସ୍ କନଭେନର୍ ସେକ୍ରେଟାରୀ ଭାବେ ସୋନପୁର ରାଜ୍ କଲେଜ୍ ର ଅଧ୍ୟାପକ ଶ୍ରୀଯୁକ୍ତ ଉମାକାନ୍ତ ନାଗ୍,ଡିଷ୍ଟ୍ରିକ୍ଟ୍ କୋ- ଅର୍ଡିନେଟର୍ ତଥା ସିଦ୍ଧାର୍ଥ ଡିଗ୍ରି କଲେଜ ବିନିକାର ଅଧ୍ୟାପକ ବିଶ୍ୱନାଥ ମିଶ୍ର,ଫାଷ୍ଟ ଏଡ୍ ଟ୍ରେନର୍ ଅଧ୍ୟାପକ ଉଦ୍ଧବ ପଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରେଡ୍ କ୍ରସ୍ ର ମୁଳତତ୍ତ୍ୱ ମାନବିକତା, ସମାନତା,ସ୍ୱାଧିନତା,ସ୍ୱେଛାକୃତ ସେବା,ବିଶ୍ୱଭାତୃତ୍ୱ ଭାବ ଉପରେ ଆଲୋଚନା କରିବା ସହ ରେଡକ୍ରସ୍ ର ଲକ୍ଷ ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଏବଂ ମାନବିକତା ଓ ବିବେକବୋଧ ପ୍ରକୃତ ମଣିଷର ମାପକାଠି ବୋଲି କହିବା ସହ ନିଜ ଆଖିରୁ କାହା ଦୁଃଖରେ ଲୁହ ବୁନ୍ଦେ ବୁହାଇ ପାରିଲେ ଆମର ଜାଗ୍ରତ ବିବେକବୋଧ ର ପରିଚୟ ମିଳିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ କୁ ରେଡକ୍ରସ କାଉନସେଲର୍ ଅଧ୍ୟାପକ କିଶୋର କୁମାର ସାହୁ ପରିଚାଳନା କରିବା ସହ ଜୀବଜଗତରେ ସେବାରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ୍ ଦେଇଥିଲେ । ଅଧ୍ୟାପିକା ଶ୍ରୀମତି ଦେବଯାନୀ ମେଶୁଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ପ୍ରତିମା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ କର୍ମଚାରି ସହଯୋଗ କରିଥିବା ବେଳେ ମାନବ ସେବାରେ ନିଜକୁ ବ୍ରତି କରିବାକୁ ଶପଥ ନେଇଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.