ସତୀଗୁଡା ଡ଼୍ୟାମର ଜଳ ସ୍ତର ହ୍ରାସ, ଆଗାମୀ ଦିନରେ ଉତ୍କଟ ପାନୀୟ ଜଳ ସଙ୍କଟ ସମ୍ଭାବନା ।

0 221

ମାଲକାନଗିରି,୦୫/୦୪(ପିପିଟି) :ଜନସ୍ବାସ୍ଥ୍ୟ ଦ୍ବାରା ମାଲକାନଗିରି ପୌରାଞ୍ଚଳକୁ ଦୈନିକ ପାନୀୟ ଜଳ ଯୋଗାଣ ୬.୫ଏମଏଲଡି ବା (୬୫ଲକ୍ଷ ଲିଟର) ହେଉ ଥିବା ବେଳେ ଏହି ଜଳ ସତୀଗୁ୍ଡା ଡ୍ୟାମରୁ ସଂଗ୍ରହ କରାଯାଇଥାଏ । ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସତୀ ଗୁଡା ଡ୍ୟାମ ଜଳ ପତ୍ତନ ଦ୍ରୁତ ଗତିରେ ହ୍ରାସ ପାଉଛି।ଫଳରେ ଆଗାମୀ ଦିନଗୁଡ଼ିକରେ ପାନୀୟ ଜଳ ଯୋଗାଣ ଧୀରେ ଧୀରେ ବାଧାପ୍ରାପ୍ତ ହୋବ।
ପ୍ରକାଶ ଥାଉ କି ଦଣ୍ଡକାରଣ୍ୟ ପ୍ରକଳ୍ପ ଦ୍ବାରା ମାଲକାନଗିରି ସଦରମହକୁମା ପାରୁ ୫ କିମି ଦୂରରେ ସତୀ ଗୁଡା ଡ୍ୟାମଟି ୧୯୬୫ ମସିହାରେ ନିର୍ମାଣ କରାଯାଇଥିଲା । ଆଜକୁ ଦୀର୍ଘ ୬୦ ବର୍ଷ ହେଲା ସତୀ ଗୁଡା ବନ୍ଧକୁ ବାମ ଓ ପୂର୍ବ ଦିଗରୁ ବର୍ଷା ଦିନେ ମାଟି ଧୋଇ ହୋଇ ପୋତି ହୋଇ ପଡିଥିବା ବେଳେ ମାଟି ଖନନ କରି କେବେ ମଧ୍ୟ ସରକାରୀ ସ୍ତରରେ ପୁନରୁଦ୍ଧାର କରାଯାଇପାରି ନାହିଁ । ଫଳରେ ଏହାର ଚତୁଃପାର୍ଶ୍ଵ ଧୀରେ ଧୀରେ ପୋତି ହୋଇ ଜଳ ଧାରଣ ର କ୍ଷମତା ହ୍ରାସ ପାଇଛି।
ଏହା ବ୍ୟତିତ ସତୀଗୁଡା ଡ଼୍ୟାମର କ୍ଷେତ୍ରଫଳ ପ୍ରତି ବର୍ଷ ସଂକୁଚିତ ହେବାରେ ଲାଗିଛି। ଏହାର ଶଯ୍ୟାରୁ ମାଟି ଏବଂ ପଙ୍କୋଦ୍ଧାର ନହେବା ଯୋଗୁଁ ଜଳ ଧାରଣ କ୍ଷମତା ପୂର୍ବାପେକ୍ଷା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏହି ଡ୍ଯାମରୁ ଖରିଫ ଋତୁରେ ୯୦୬୫ ହେକ୍ଟର ଜମିକୁ ଜଳ ଏବଂ ରବି ଋତୁରେ ୪୫୩୫ ହେକ୍ଟର ଜଳ କୃଷି କ୍ଷେତ୍ରକୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସତୀଗୁଡା ଡ଼୍ୟାମ ରେ ଜଳ ସଙ୍କଟ ଦେଖା ଦେଇଥିଲେ ବେଳେ କୃଷି କ୍ଷେତ୍ରକୁ ଜଳ ଯୋଗାଣ କରାଯାଉଥିବା ଦେଖିବାକୁ ମିଳିଛି । ଫଳରେ ପ୍ରତିବର୍ଷ ଗ୍ରୀଷ୍ମ ଋତୁର ମଇ ଏବଂ ଜୁନ ମାସ ପାଇଁ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖା ଦେଇଥାଏ। ବର୍ତ୍ତମାନ ମାଲକାନଗିରି ପୌରାଞ୍ଚଳରେ ପ୍ରାୟ ୫୦ ହଜାର ଲୋକସଂଖ୍ୟା ରହିଥିବା ବେଳେ ପ୍ରତି ଦିନ ୬୫ ଲକ୍ଷ ଲିଟର ପାନୀୟ ଜଳ ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା ଯୋଗାଣ କରାଯାଇଥାଏ । ଆଗକୁ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖା ଦେବାର ଯଥେଷ୍ଟ ସମ୍ଭାବନା ଥିବାରୁ କିପରି ଏହି ସମସ୍ୟାର ସମାଧାନ ହେବ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ମାଲକାନଗିରି ପୌରପରିଷଦ ରେ ୧୯ ଗୋଟି ୱାର୍ଡ ରହିଥିବା ବେଳେ ସବୁ ୱାର୍ଡରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାକୁ ପଡ଼ିଥାଏ। ବିଗତ ନବୀନବାବୁଙ୍କ ୨୫ ବର୍ଷ ର ଶାସନ କାଳରେ ସତୀଗଡା ଡ଼୍ୟାମର ମରାମତି ଏବଂ ମାଟି ଓ ପଙ୍କୋଦ୍ଧାର ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସତୀଗୁଡା ଡ଼୍ୟାମର ପୁନରୁଦ୍ଧାର ହୋଇ ପାରି ନଥିଲା । ଗତ ନିର୍ବାଚନରେ ଓଡ଼ିଶାରେ ବିଜେଡ଼ି ଶାସନର ପତ୍ତନ ଘଟିଲା ପରେ ବିଜେପି ଶାସନ କ୍ଷମତାକୁ ଆସିଛି । ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ ମାଲକାନଗିରି ପୌରାଞ୍ଚଳରେ ଥିବା ୫୦,୦୦୦ ଲୋକମାନେ ଉତ୍କଟ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି। ମାଲକାନଗିରି ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ରାମ ଚନ୍ଦ୍ର ପ୍ରଧାନ ଉତ୍କଟ ପାନୀୟ ଜଳ ସଙ୍କଟ ସଂପର୍କରେ କହିଛନ୍ତି ଯେ ଯଦି ଗ୍ରୀଷ୍ମ ଋତୁରେ ସତୀଗୁଡା ଜଳସେଚନ ବିଭାଗ କୃଷି କ୍ଷେତ୍ରକୁ ଜଳ ସେଚନ କରିବାକୁ କୌଣସି ପ୍ରକାରେ ସ୍ଥଗିତ କରନ୍ତି ,ତେବେ ମଇ ଏବଂ ଜୁନ ମାସ ପାଇଁ ପାନୀୟ ଜଳ ଯୋଗାଣ ପାଇଁ ଉତ୍କଟ ସମସ୍ଯା ସୃଷ୍ଟି ହେବ ନାହିଁ। ଏଥି ପ୍ରତି ଉଚ୍ଚ କତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.