ସଡ଼କ ସୁରକ୍ଷା ପରିବାର ରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ।

0 89

ଭଞ୍ଜନଗର, ୩୦/୦୧(ପିପିଟି):ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଭଞ୍ଜନଗର ଉପସେବା କେନ୍ଦ୍ର ଶାନ୍ତିସ୍ରୋତ ଭବନ ଆନୁକୁଲ୍ୟରେ ସଡ଼କ ସୁରକ୍ଷା ପରିବାର ରକ୍ଷାର ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। ଏହି ଅବସରରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି ରୂପେ ଏବଂ ସମ୍ମାନିତ ଅତିଥି ଭାବେ ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ମୁର୍ମୁ ଉପସ୍ଥିତ ରହି ମୋଟର ସାଇକେଲ ରାଲିର ଶୁଭ ଉଦ୍ଘାଟନ କରିଥିଲେ। ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ରୋକିବା ପାଇଁ ଜୀବନର ମୂଲ୍ୟବୋଧ ଭିତ୍ତିକ ଆଧ୍ୟାତ୍ମିକ ଶିକ୍ଷା ଜରୁରୀ ବୋଲି ଆରଟିଓ ଶ୍ରୀ ରାୟ ମତବ୍ୟକ୍ତ କରିଥିଲେ।ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଦେବୀ ରାଜଯୋଗ ଦ୍ଵାରା  ଜୀବନର ସୁରକ୍ଷା ବିଷୟରେ ଉପସ୍ଥାପନ କରିବା ସହ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ବ୍ରହ୍ମା କୁମାର ବୈକୁଣ୍ଠ ଭାଇ, ବ୍ରହ୍ମାକୁମାରୀ ଅଲିଭା,ଅନୀତା, ପ୍ରାପ୍ତି ଏବଂ ଶହେରୁ ଉର୍ଦ୍ଧ୍ୱ ଆଧ୍ୟାତ୍ମିକ ପ୍ରେମୀ ଉପସ୍ଥିତ ଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.