ସଂସ୍କୃତ ଭାଷା ବଞ୍ଚିଲେ ଭାରତୀୟ ସଂସ୍କୃତି ବଞ୍ଚିବ।

0 294

ବୋଲଗଡ଼,୧୧/୧୨(ପିପିଟି): ଭାରତ ବର୍ଷରେ ଯେତେ ପ୍ରକାରର ଭାଷାର ପ୍ରଚଳିତ ଅଛି ସେଥିମଧ୍ୟରୁ ସଂସ୍କୃତ ଭାଷା ଅତି ପ୍ରାଚୀନ ଭାଷା ଅଟେ। ଯାହା କି ବେଦ ,ପୁରାଣ ,ଉପନିଷଦ, ଏପରିକି ଅନେକ ଗ୍ରନ୍ଥ ସଂସ୍କୃତ ଭାଷାରେ ରଚିତ ହୋଇଛି। ଭାରତର ସନାତନ ସଂସ୍କୃତିର ଅନୁସାରେ ଏହି ସଂସ୍କୃତ ଭାଷା ମୂଳ ଭାଷା ବା ଦେବ ଭାଷା ବୋଲି ମଧ୍ୟ କୁହାଯାଏ। ଏହିଭାଷାରୁ ସୃଷ୍ଟି ହୋଇଛି ଅନେକ ଭାଷା। ସେଥିପାଇଁ ସଂସ୍କୃତ ଭାଷା କୁ ସମସ୍ତ ଭାଷାର ଜନନୀ ବୋଲି କୁହାଯାଏ।ସଂସ୍କୃତ ପଣ୍ଡିତ ମାନଙ୍କ ମତରେ ସଂସ୍କୃତ ସବୁ ଭାଷାର ଜନନୀ କୁହାଯିବା ପଛର କାରଣ ହେଉଛି ଏହାର ସୁଦୃଢ଼ ବ୍ୟାକରଣ ଗତ ବିଶାଳତା, ସମୃଦ୍ଧ ଶବ୍ଦ ଭଣ୍ଡାର,ଏହାର ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱ,ଦର୍ଶନଶାସ୍ତ୍ର ଓ ବିଜ୍ଞାନରେ ଆଦି କ୍ଷେତ୍ରରେ ସଂସ୍କୃତ ବିଭିନ୍ନ ବିଭବ ଦ୍ୱାରା ପ୍ରଭାବିତ। ଏହି ଭାଷା ବ୍ୟକ୍ତିର ବୌଧିକ ବିକାଶକୁ ତ୍ୱରାନ୍ୱିତ କରିବା ସହିତ ତା ମାଧ୍ୟମରେ ସାଂସ୍କୃତିକ ସମ୍ବେଦନା ସୃଷ୍ଟି କରି ବ୍ୟକ୍ତିତ୍ୱର ପୂର୍ଣାଙ୍ଗ ବିକାଶରେ ସହାୟକ ହୋଇଥାଏ।ଏହି ସଂସ୍କୃତ ଭାଷା ସମ୍ବନ୍ଧରେ ପ୍ରତେକ ଜନମାନସରେ ସଚେତନତା ସୃଷ୍ଟି କରିବା ପାଇଁ ୧୯୬୯ ମସିହାରେ ଭାରତ ସରକାର ସଂସ୍କୃତ ଦିବସ ପାଳନର ନିଷ୍ପତ୍ତି ନେଇଥିଲେ। ଯାହା କି ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ।ଏପରିକି ଏହି ଦିନ ସାରା ବିଶ୍ୱରେ ପାଳନ କରା ଯାଇଥାଏ। ଏହି ଭାଷାର ର ସୁରକ୍ଷା ପାଇଁ ସମସ୍ତଙ୍କୁ ଭାଷାର ସମ୍ମାନ କରିବା ସହିତ ସଂସ୍କୃତ ଶିକ୍ଷା ଦାନ କରୁଥିବା ଶିକ୍ଷକ ମାନଙ୍କୁ ସମ୍ମାନ ଦେବା ଉଚିତ୍।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.